ସାମାଜିକ ଦୂରତ୍ୱରକ୍ଷାକୁ ଗୁରୁତ୍ୱ

ପୌରାଂଚଳର ବିଭିନ୍ନ ଛକରେ ଖୋଲିଲା ଅସ୍ଥାୟୀ ପରିବା ବଜାର
ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ସାରା ବିଶ୍ୱରେ କରୋନା ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ । କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଏଯାବତ୍ କୌଣସି ପ୍ରତିଷେଧମୂଳକ ଔଷଧ ଆବିଷ୍କାର ହୋଇନଥିବା ବେଳେ କେବଳ ସଚେତନତା ହିଁ ଏକମାତ୍ର ପନ୍ଥା ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣାଂ କରିଛନ୍ତି । ଗତ ୨୨ ତାରିଖକୁ ସାରା ଭାରତ ବର୍ଷରେ ଜନତା କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ଏହା ପରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ଲକଡ଼ାଉନ ଘୋଷଣା କରାଯାଇଛି । ଔଷଧ ଦୋକାନକୁ ବାଦ ଦେଲେ ପନିପରିବା ଓ ତେଜରାତି ଦୋକାନ ମାତ୍ର ୫ ଘଂଟା (ସକାଳ ୭ଟାରୁ ମଧ୍ୟାନ୍ନ ୧୨ଘଂଟା ପର୍ଯ୍ୟନ୍ତ) ଖୋଲା ରହିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଅତ୍ୟା ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯିବା ସହ କୌଣସି ସ୍ଥାନରେ ୭ କିମ୍ବା ଉର୍ଦ୍ଧ୍ୱ ବ୍ୟକ୍ତି ଏକାଠି ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାକୁ କେହି ଉଲଂଘନ କଲେ ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବାକୁ ଘୋଷଣା କରାଯାଇଛି । ବିଶେଷ କରି ସାମାଜିକ ଦୂରତ୍ୱରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ହିଂଜିଳିକାଟୁ ପୌରାଂଚଳ ପରିବା ବଜାର ଉପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ୨୦ରୁ ଉର୍ଦ୍ଧ୍ୱ ଗ୍ରାମାଂଚଳର ଜନ ସାଧାରଣ ନିର୍ଭର କରୁଥିବାରୁ ପରିବା ବଜାର ପରିସରରେ ଗ୍ରାହକଙ୍କ ଅତ୍ୟଧିକ ଭିଡ଼ ଜମୁଥିବାରୁ ସାମାଜିକ ଦୂରତ୍ୱରକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ବୁଧବାର ଠାରୁ ସ୍ଥାନୀୟ ପୌର ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ପୌରାଂଚଳ ବଇଁଚବଣିଆ ଛକ ଠାରେ ଏକ ଅସ୍ଥାୟୀ ପରିବା ବଜାର ଖୋଲାଯାଇଥିବା ବେଳେ ଗୁରୁବାର ସିନେମାହଲ ଛକ ଠାରେ ଅସ୍ଥାୟୀ ପରିବାଂ ବଜାର ଖୋଲାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ୍ରଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ପୌରାଂଚଳର ବିଭିନ୍ନ ଛକ ସ୍ଥାନରେ ପୁଲିସ ଫୋର୍ସ ମୃତୟନ କରାଯିବା ସହ ସହରର ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ସ୍ଥାନୀୟ ପରିବା ବଜାରରେ ମାତ୍ରାଧିକ ଗ୍ରାହକଙ୍କ ଭିଡ଼କୁ ଆଖି ଆଗରେ ରଖି ସାମାଜିକ ଦୂରତ୍ୱରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯିବା ସହ ଜନସାଧାରଣ ନିକଟସ୍ଥ ଅଂଚଳରେ ଏବଂ କିପରି ସହଜରେ ପରିବା କ୍ରୟ କରିପାରିବେ ସେହି ଲକ୍ଷ୍ୟରେ ପୌରାଂଚଳ ବଇଁଚବଣିଆ ଛକ ଓ ସିନେମାହଲ ଛକରେ ଏକ ଅସ୍ଥାୟୀ ପରିବା ବଜାର ଖୋଲାଯାଇଛି ଏବଂ ଆଗାମୀ ଦିନରେ ତହସିଲଛକ, ଆରଏମସି କାର୍ଯ୍ୟାଳୟ ଛକ ଏବଂ ହିଂଜିଳି କାଳୀ ମନ୍ଦିର ଛକରେ ମଧ୍ୟ ଅସ୍ଥାୟୀ ଭାବେ ପରିବା ବଜାର କରାଯିବବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ