ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନ ପାଇଁ ଦୋକାନ ସିଲ

ବାଲେଶ୍ୱର (ସରୋଜ ପଣ୍ଡା) : ସାମାଜିକ ଦୂରତ୍ୱ , କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ପୌରାଂଚଳରେ ୬ଟି ଦୋକାନକୁ ସିଲ କରାଯାଇଛି । ଦୋକାନଗୁଡିକ ମଧ୍ୟରେ ନୂଆବଜାର ଅଂଚଳର ଦୁଇଟି ଦୋକାନ ରହିଥିବା ବେଳେ ମୋତିଗଞ୍ଜ ବଜାରର ୪ଟି ଦୋକାନ ରହିଛି । ଏହି ସବୁ ଦୋକାନମାନଙ୍କରେ ସାମଜିକ ଦୂରତ୍ୱ ନିୟମର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଥିଲା । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ ଦୋକାନଗୁଡିକୁ ସିଲ କରାଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶ କ୍ରମେ ୨ଟି ଏନଫୋର୍ସମେଂଟ ସ୍କ୍ୱାଡ ଗଠନ କରାଯାଇ ଏହି ଚଢଉ କରାଯାଇଥିଲା । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣୟ କୁମାର ଜେନାଙ୍କ ନେତୃତ୍ୱରେ ବାଲେଶ୍ୱର ପୌରପାଳିକାର କର୍ମଚାରୀଙ୍କ ସମେତ ସହଦେବ ଖୁଂଟା ଥାନା ଓ ଟାଉନ ଥାନାର ପୋଲିସ ଟିମ ଏହି ଚଢଉରେ ସାମିଲ ହୋଇଥିଲେ । ଦୋକାନୀମାଲିକମାନଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଜଣାପଡିଛି । ସେହିପରି ଆସନ୍ତା ଏପ୍ରିଲ ୯ତାରିଖ ସକାଳ ୭ ଘଟିକା ଠାରୁ ମୁହଁରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନେ ନିଜ ମୁହଁ ଓ ନାକକୁ ମାସ୍କ ବା ଅନ୍ୟ କୌଣସି କପଡା ଦ୍ୱାରା ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ