ସାମାଜିକ ଯୁବ ସଂଗଠନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଗତ ତିନିଦିନ ଧରି ରାଜଧାନୀରେ କ୍ଷୁଧାର୍ତ୍ତଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଛି ସାମାଜିକ ଯୁବ ସଂଗଠନ । ରାଜଧାନୀର ରାସ୍ତାକଡ଼ରେ ରାତିରେ ଶୋଇଥିବା ଭୋକିଲା ପଥିକମାନଙ୍କୁ ରନ୍ଧାଖାଦ୍ୟ ମାଷ୍ଟରକ୍ୟାଣ୍ଟିନ୍, ବରମୁଣ୍ଡା ବସ୍ଷ୍ଟାଣ୍ଡ, ବାଣୀବିହାର ଭଳି ଜନବହୁଳ ସ୍ଥାନମାନଙ୍କରେ । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ଡା. ଏ.କେ. ପାଢ଼ୀ, ସନ୍ତୋଷ କୁମାର ପାତ୍ର, ଜଗଦୀଶ ସ୍ୱାଇଁ, ଦୀପକ, ସୁକାନ୍ତ, ସୂରଜ୍, ରଞ୍ଜନ, ଶିବ, ଜଗା, ସିଲୁ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗଠନର ସଭାପତି ଚିତ୍ତରଞ୍ଜନ ଦାସ ।


