ସାମାଜିକ ଯୁବ ସଙ୍ଘର ଷଷ୍ଠତମ ବାର୍ଷିକ ଉତ୍ସବ ଓ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଣ୍ଡଗିରି ସ୍ଥିତ ଜୟଦେଵ ମାର୍କଟ ଛକ’ ଭୁବନେଶ୍ୱର ଠାରେ ସାମାଜିକ ଯୁବ ସଂଗଠନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଦଶପଲ୍ଲା ଅଞ୍ଚଳର ଅସହାୟ କର୍କଟ ପିଡ଼ିତା ବୈଦେହୀ ସେଠିଙ୍କୁ ସମାଜମଙ୍ଗଳ_ହୁଣ୍ଡି ଭାଙ୍ଗି ୨୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସେବା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ଏହି ଅବସରରେ ୪୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ନୂତନ ବସ୍ତ୍ରଦାନ ଓ କମ୍ବଳ ବଣ୍ଟନ କରାଯିବା ସହ ଦୁଇ ସମୂହ ଅନ୍ନଦାନ, ଓ ସାମାଜିକ ସଚେତନ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ରିଲିଜ କରାଯାଇଥିଲା । ସଂଗଠନ ପ୍ରତିଷ୍ଠାତା ବାପୁଓଝା ଙ୍କ ସଭାପତିତ୍ୱରେ ବିବରଣୀ ପାଠ କରିଥିଲେ ସଂଗଠନ ସଭାପତି ଚିତ୍ତରଞ୍ଜନ ଦାସ, ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ହୁଣ୍ଡି ଭାଙ୍ଗିଥିଲେ । ସ୍ତମ୍ବକାର ଅମୀୟ ପାଣ୍ଡବ, କଲଚର ଆଡ୍ମିଷ୍ଟେଟର ନିର୍ଦ୍ଦେଶକ ଅସିତ ମହାନ୍ତି ସମାଜସେବୀ ମନସ୍ମିତା ଜେନା, ସମାଜସେବୀ ଶ୍ରୀମତୀ ଡେଜି ଶତପଥୀ, ଯୁବ ସାମ୍ବାଦିକ କିଶନ ବରାଇ, ବରିଷ୍ଠ ଆଇନିଜୀବୀ ଚକ୍ରଧର ସିଂ, ସଂଗଠନ ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର ଓ ଅମର୍ଜିତ ନାୟକ, ହାସ୍ୟ ଅଭିନେତା ସ୍ମୃତିରଞ୍ଜନ ମହାନ୍ତି, ଅଭିନେତା ବୁଲୁ ପଣ୍ଡା ପ୍ରମୁଖ ଯୋଗଦେଇ ସଂଗଠନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର ମାନସ ରଞ୍ଜନ ସାହୁ , ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସଂଗଠନର ସମସ୍ତ ସଭ୍ୟସଭ୍ୟା ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ