ସାମାଜିକ ସୁରକ୍ଷା ନିଶ୍ଚିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାହିଁ ଗଣମାଧ୍ୟମକୁ ସାଧାରଣ ଲୋକଙ୍କ ଆଶା ଓ ଆସ୍ଥାଭାଜନ ହେବାରେ ସହାୟକ ହୋଇଛି ବୋଲି ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଙ୍ଘର ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ସ୍ଥାନୀୟ ଆଳିଜଙ୍ଗା ସହରାଞ୍ଚଳ ବନୀକରଣ ସଂରକ୍ଷିତ ଜଙ୍ଗଲରେ ଆୟୋଜିତ ବାର୍ଷିକ ବଣଭୋଜି ଓ ବନ୍ଧୁ ମିଳନ ଅବସରରେ “ସାମାଜିକ ସୁରକ୍ଷା ପ୍ରତିଷ୍ଠା ଦିଗରେ ଗଣମାଧ୍ୟମର ଭୂମିକା” ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି ସାମ୍ବାଦିକ ମାନେ ନିଜ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ସାମାଜିକ ପ୍ରସଙ୍ଗରେ ଖବର ପ୍ରସାରଣ କରିବା ଦିଗରେ ଗଣମାଧ୍ୟମ ହିଁ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମତ ପ୍ରକାଶ ପାଇଥିଲା । ଦିଲ୍ଲିପ ମହାନ୍ତି ଓ କୈଳାସ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରୀକ୍ଷିତ ପାତ୍ର, ଜଗନ୍ନାଥ ଧଳ, ଚିତ୍ତରଞ୍ଜନ ଦାସ, ଜୀବନ କୁମାର ସିଂ, ମନୋଜ କୁମାର ସ୍ୱାଇଁ, ମାତୃଦତ୍ତ ମହାନ୍ତି, ଦେବଦତ୍ତ ଦାଶ, ପ୍ରଭାତ ପରିଡା, ରବିନାରାୟଣ ପତି, ଶିବାଶିଷ ମହାନ୍ତି, ପ୍ରଭାତ ପରିଡା, ସନ୍ତୋଷ ପଣ୍ଡା, ପ୍ରଶାନ୍ତ ନାୟକ, ପ୍ରସନ୍ନ ଧଳ, ରବିନ ଦାଶ, ଦୁର୍ଗା ପ୍ରସାଦ ପତି, ପ୍ରଦୀପ ସାହୁ, ସୁଶାନ୍ତ ନାୟକ, ମଳୟ ସାହୁ, ଉମାକାନ୍ତ ମହାପାତ୍ର, ବିରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ