ସାମାନ୍ୟ ଚିକିତ୍ସା ପାଇଁ ଦେବାକୁ ପଡ଼ିଲା ୨.୧୩ ଲକ୍ଷ ଟଙ୍କା

ମଣିଷ ନିଜେ ସତର୍କ ନ ରହିଲେ କେମିତି  ଗୁଡ଼ାଏ ଖର୍ଚ୍ଚାନ୍ତ ହେବାକୁ ପଡ଼େ, ତାହାର ଏକ ନଗ୍ନ ଉଦାହରଣ ଏଠାରେ ଦେଖିବାକୁ ମିଳିଛି। ନିଜ ଝିଅର ଚିକିତ୍ସା କରାଇବା ପାଇଁ ନେଇଥିବା ମା’ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ତାଙ୍କ ହାତରେ ଡାକ୍ତରଖାନାର ବିଲ୍ ଧରାଇ ଦିଆଯାଇଥିଲା। ସାମାନ୍ୟ ଚିକିତ୍ସା ପାଇଁ ଡାକ୍ତରଖାନା ପକ୍ଷରୁ ୨.୧୩ଲକ୍ଷ ଟଙ୍କାର ବିଲ୍ ଦିଆଯିବା ଦେଖି କିଛି ସମୟ ପାଇଁ ସେ ବିଶ୍ବାସ କରି ପାରି ନ ଥିଲେ। ଭୁଲ ବିଲ୍ ଆସି ଯାଇଛି ବୋଲି ଭାବି ଚେକ୍ କରାଇବା ପରେ ବିଲଟି ତାଙ୍କର ବୋଲି ସ୍ପଷ୍ଟ ହୋଇଥିଲା।  ସୂଚନା ମୁତାବକ, ଲୁସି ନାମକ ଜଣେ ଶିଶୁ କଣ୍ଢେଇ ସହ ‌ଖେଳୁଥିବା ବେଳେ କଣ୍ଢେଇର ଦୁଇଟି ଜୋତାକୁ ନିଜର ଦୁଇ ନାକ ପୁଡ଼ାରେ ଭର୍ତ୍ତି କରି ଦେଇଥିଲେ। ଏହା ପରେ ତାଙ୍କୁ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲା। ଏହା ଦେଖି ଲୁସିଙ୍କ ମା’ କେଟି ନିଜ ହାତରେ ଗୋଟେ ନାକ ପୁଡ଼ାରୁ ଜୋତାଟି ବାହାର କରିଥିବା ବେଳେ ଅନ୍ୟଟି ବାହାର କରି ପାରି ନ ଥିଲେ। ଯାହା ପାଇଁ ସେ ଲୁସିଙ୍କୁ ଧରି ପାଖ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହା ପରେ ଜରୁରୀକାଳିନ ସେବାରେ ଥିବା ଡାକ୍ତର ଲୁସିଙ୍କ ନାକରୁ ତୁରନ୍ତ ଏକ ଚିମୁଟା ଦ୍ବାରା ଜୋତାକୁ ବାହାର କରି ଦେଇଥିଲେ। ଏତିକି ଚିକିତ୍ସା  ପରେ କେଟିଙ୍କୁ ବିଲ୍ ଧରାଇ ଦିଆଯାଇଥିଲା। ବିଲ୍ ଦେଖି ସେ ପ୍ରଥମେ ବିଶ୍ବାସ କରି ନଥିଲେ ମଧ୍ୟ ପରେ ତାଙ୍କୁ ବିଶ୍ବାସ କରିବାକୁ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ