ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍ ) : ବ୍ରହ୍ମପୁର ରେଲୱେ ଷ୍ଟେସନ ୪ ନମ୍ବର ପ୍ଲାଟ ଫର୍ମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ଯୁବକ ନାମ ଅନିଲ ପଣ୍ଡା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପ୍ରାୟ ରାତି ୯ ଟା ସମୟରେ କୈାଣସି ଘଟଣାକୁ କେନ୍ଦ୍ରକରି ବଚସା ହୋଇଥିଲା । ଏହା ପରେ ତାଙ୍କ ଉପରକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ପରେ କୈାଣସି ସୁତ୍ରରୁ ଖବର ପାଇ ତାଙ୍କ ଭାଇ ରେଲୱେ ଷ୍ଟେସନ ନିକଟରେ ପହଞ୍ଚି ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରି୍ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବୁଧବାର ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ତଦନ୍ତଜାରୀ ରହିଛି । ପୋଲିସ ମୁଖ୍ୟ ଅପରାଧିକୁ ଚିହ୍ନଟ କରାଯାଇଛି ଅତିଶିଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତର ପରିଚୟ ସୁମଣ୍ଡଳ ଗ୍ରାମର ବି ବୁଲା ଦୋରା ବୋଲି ଜଣାପଡିଛି ।