ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ଦିଗପହଣ୍ଡି ଗୋକର୍ଣ୍ଣପୁର ଗ୍ରାମରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ କେନ୍ଦ୍ରକରି ଜଣେ ମଦ୍ୟପର ଛୁରାମାଡରେ ଜଣେ ମଦ୍ୟପ ମୃତ୍ୟୁ ବରଣ କରିଛି । ମିଳିଥିବା ଖବର ଅନୁସାରେ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ସାଢେ ୪ ଟା ସମୟରେ ରବି ସହ ରାଜମିସ୍ତ୍ରୀ ଦେଶୀ ମଦ୍ୟ ପାନ କରିବାକୁ ଯାଇଥିଲେ ।ସେଠାରେ କୈାଣସି ଘଟଣାକୁ କେନ୍ଦ୍ରକରି ରବିଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହା ପରେ ଦେଶୀ ମଦ ଦୋକାନ ନିକଟରୁ ରବି ଉତକ୍ଷିପ୍ତ ହୋଇ ମିସ୍ତ୍ରୀଙ୍କ ସାଇକେଲଟି ନେଇଯାଇଥିଲେ । ରବି ସେଠାରୁ ଫେରି ମଦ୍ୟପ ସାଙ୍ଗ ମାନଙ୍କୁ କହିଥିଲେ ।ଏହା ପରେ ରବି ସାଙ୍ଗ ମାନଙ୍କ ସହିତ ରବି ଘରକୁ ଯାଇ ରବିକୁ ସାଇକେଲ ବିସୟରେ ପଚାରିଥିଲେ । ସେଠାରେ ଧସ୍ତାଧସ୍ତି ହେବା ପରେ ସନ୍ତୋଷ ଏଥିରେ ଉତ୍‌କ୍ଷିପ୍ତ ହୋଇ ରବିଙ୍କ ପିଠି , ଜଙ୍ଘ ,ହାତକୁ ଛୁରୀରେ ଭୁସି ରକ୍ତ ଜୁଡୁବୁଡୁ କରିଥିଲେ । ରକ୍ତ ୍‌ଜୁଡୁ ବୁଡୁ ଅବସ୍ଥାରେ ରବିଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତିକରାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ ରବିଙ୍କ ମୃତ୍ୟୁ ହୋଇଥିଲା ଥିଲା । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବସନ୍ତ ସେଠୀ ଓ ସନ୍ତୋଷକୁ ଗିରଫ କରି କେସ ନଂ ୧୬୯/୧୯ ରେ ୩୦୨ ଦଫାରେ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ