ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରାମାଡ଼

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛୁରା ମାଡ଼ରେ ତିନି ଜଣ ଗୁରୁତର ହୋଇପଡ଼ିଛନ୍ତି । ଫଳରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ୩ ଜଣକ ଭିତରେ ନିର୍ବାଚନକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ପାଟିତୁଣ୍ଡ ହୋଇଥିଲା । ଯୁକ୍ତିତର୍କ ଅଧିକ ବଢ଼ିବାରୁ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଶେଷରେ ଘଟଣା ଉଗ୍ରରୂପ ଧାରଣ କରିଥିଲା । ସେମାନେ ପରସ୍ପରକୁ ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାରେ ସମ୍ପୃକ୍ତ ତିନିଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହତ ହୋଇଥିବା ତିନିଜଣ ଫୁଲବାଣୀ ମୁଣ୍ଡିଆ ସାହିର ହାପି ବେହେରା, ଜିରିଙ୍ଗିପଡ଼ା ଗୋପଳ ସାହିର ଶଶାଙ୍କ ପାତ୍ର, ଚିତ୍ରକୁଟ ସାହିର ସୂର୍ଯ୍ୟ ନାରାୟଣ ବଗର୍ତ୍ତି ବୋଲି ଜଣାପଡ଼ିଛି ।ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ