ସାମାନ୍ୟ ବଚସାକୁ ନେଇ ଦୁର୍ବୁତ୍ତ ଜାଳିଦେଲେ ବାଇକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମର ଜୟ ଭାରତୀ ସାହିର ସାଇବାଣୀ ସଭାପତି( ୫୦ ) ଙ୍କ ଘର ବାରଣ୍ଡାରେ ଥିବା ହିରୋ ବାଇକ ନଂ-ଓଡିଠ୭ଏବି ୮୧୨୭କୁ ରବିବାର ରାତି ପ୍ରାୟ ୧୧ଟା ସମୟରେ ସେହି ଗ୍ରାମର ଅମିତ ନାୟକ ନିଆଁ ଲଗାଇ ପୋଡି ଦେଇଥିବା ଥାନାରେ ସାଇବାଣୀ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ଗତ ୨୧ / ୨ /୨୨ ରେ ତାଙ୍କ ପୁଅ ସାମସନଙ୍କ ସହ ଅମିତର କୌଣସି ଏକ ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । ୨/୩/ ୨୨ସକାଳ ୮ଟା ବେଳେ ସାମସନ ମୋହନା କଲେଜକୁ ଯିବା ପାଇଁ ନିଜ ସାଙ୍ଗକୁ ଡାକିବା ପାଇଁ ବେଗଣ୍ଡା ଗ୍ରାମକୁ ଯାଉଥିବା ବେଳେ ଅମିତ ତାକୁ ରାସ୍ତାରେ ଅଟକାଇ ମାଡ ମାରିଥିଲା ଏବଂ ମୋ ପୁଅକୁ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲା। ପୁଣି ୬/ ୩/୨୨ରେ ମୋ ପୁଅକୁ ମାରିବା ପାଇଁ ଯୋଜନା କରୁଥିବା ବେଳେ ମୋ ପୁଅକୁ ନ ପାଇ ରାଗରେ ମୋ ପୁଅର ବାଇକଟିକୁ ପୋଡି ଦେଇଛନ୍ତି । ଆମେ ଘରେ ଥିବାବେଳେ ଆମ ପଡୋଶୀ ବିଳାସ ନାୟକ ଆମକୁ ରାତିରେ ଗାଡି ପୋଡି ଖବର ଜଣାଇବାରୁ ଆମେ ବାହାରକୁ ଆସି ଦେଖିଲା ବେଳେ ଗାଡିରେ ନିଆଁ ଲାଗି ସଂପୂର୍ଣ୍ଣ ପୋଡି ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ