ସାମାନ୍ୟ ବଚସାରୁ ଅଜା ମାରିଲା ନାତିକୁ ତୀର
ଘରୋଇ କଳିରୁ ମହାଭାରତ । ଅଜା ନାତି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।କିନ୍ତୁ ଅଜା ନିଜର ରାଗ ସହ୍ୟ କରି ନପାରି ନାତିକୁ ଧନୁତୀର ମାରିଥିଲା । ଏହି ଧନୁତୀରରେ ୨୫ ବର୍ଷିୟ ଯୁବକ ତଥା ନାତି ହାତରେ ତୀର ବାଜି ଆହାତ ହୋଇଛି । ଏଭଳି ଏକ ତୁମୁଳକାଣ୍ଡ ଘଟିଛି ରାଜଗାଙ୍ଗପୁର ଅଂଚଳର ଲୁଧାବସା ଗ୍ରାମରେ । ଯୁବକ ହାତରୁ ତୀର ବାହାର କରିବା ପାଇଁ ରାଉରକେଲା ହସପିଟାଲରେ ଭର୍ତ୍ତକରାଯାଇଛି ।