ସାମାନ୍ୟ ବଚସାରୁ ଦୈନିକ ପରିବା ବଜାର ବନ୍ଦରହିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳଖେମୁଣ୍ଡି ସ୍ଥିତ ଦୈନିକ ବଜାର ଜଣେ ବ୍ୟବସାୟୀଙ୍କ ସହ ହୋମ୍ଗାର୍ଡଙ୍କର ସାମାନ୍ୟ ଯୁକ୍ତିତର୍କରୁ ବନ୍ଦ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତକାଲି ସକାଳ ସମୟରେ ଜଣେ ପରିବା ବ୍ୟବସାୟୀ ଦୈନିକ ବଜାର ଅଞ୍ଚଳକୁ ଗାଡିନେଇ ପରିବା ଅନଲୋଡ ପାଇଁ ଆସିଥିବାବେଳେ ତାଙ୍କୁ ସ୍ୱାତୀ ବାଦା ନାମକ ଜଣେ ମହିଳା ହୋମଗାର୍ଡ ବଜାର ଅଞ୍ଚଳକୁ ବଡଗାଡି ଯିବାର ସମୟ ଅତିବାହିତ ହୋଇଯାଇଥିବାରୁ ହୋମ୍ଗାର୍ଡ ଜଣକ ସେହି ବ୍ୟବସାୟୀଙ୍କୁ ଗାଡି ଆଣିବାକୁ ବାରଣ କରିଥିଲେ । ଏହି ଘଟଣାକୁ ନେଇ ଉକ୍ତ ବ୍ୟବସାୟୀ ଏବଂ ହୋମ୍ଗାର୍ଡ ମଧ୍ୟରେ କିଛିଟା ବଚସା ହୋଇଥିଲା । ତେବେ ଏହି ଯୁକ୍ତି ତର୍କକୁ କେନ୍ଦ୍ର କରି ସେହି ମହିଳା ହୋମ୍ଗାର୍ଡ ପାରଳାଖେମୁଣ୍ଡି ଥାନାରେ ସେହି ବ୍ୟବସାୟୀଙ୍କ ନାମରେ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ଏହି ଘଟଣାରେ ୩ଜଣଙ୍କୁ ଥାନାକୁ ଡାକି ପଚରା ଉଚରା କରାଯାଇଥିଲା । ପରେ ଏହି ଘଟଣାର ଆପୋଷ ବୁଝାମଣା କରାଯାଇ ସେହି ୩ଜଣଙ୍କୁ ପୋଲିସ ଛାଡିଦେଇଥିଲେ । ଏହି ଘଟଣାରେତ୍ତଉତ୍କ୍ଷିପ୍ତ ହୋଇ ଦୈନିକ ବଜାରକୁ ବ୍ୟବସାୟୀ ମାନେ ସମ୍ପୂର୍ଣ୍ଣ ରୂପେ ଆଜି ବନ୍ଦ ରଖିଥିଲେ । ଏହିପରି ଅଘୋଷିତ ବଜାର ବନ୍ଦ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।