ସାମାନ୍ୟ ବଚସାରୁ ୧୧ବର୍ଷର ଝିଅକୁ ଛୁରା ମାଡ଼

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନର୍ଗତ ବଣପଲ୍ଲୀ ଗ୍ରାମରେ ଜାନୁଆରୀ ୨୪ ତାରିଖ ଦିନ ଦେଖିବାକୁ ମିଳିଛି ଏକ ଅଭନୀୟ ଘଟଣା। ଦଶଦିନ ପୂର୍ବର ସାମାନ୍ୟ ବଚସାକୁ ନେଇ କକା ଧନୁ ନାୟକ ଇର୍ଷା ପରାୟଣ ହୋଇ ବଣପଲ୍ଲୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷର ଝିଆରୀ ସନ୍ତୋଷି ନାୟକଙ୍କୁ ନୃଶଂସ ଭାବେ ଛୁରୀରେ ପେଟକୁ ଭୁଷିଦେବା ସହ ଗଳାରେ ମଧ୍ୟ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିବା ଜଣାପଡିଛି। ସନ୍ତୋଷିଙ୍କ ଜେଜେ ବାପା ଓ ଧନୁଙ୍କ ବାପା ଏକ ପେଟରେ ବଢିଥିବା ଦୁଇଭାଇ। ସେହି ହିସାବରେ ଧନୁ ହେଉଛନ୍ତି ସନ୍ତୋଷିଙ୍କ କକା । ଅତି ନିକଟ ସମ୍ପର୍କୀୟ କକା ହୋଇଥିବା ବେଳେ ସେପରି ବଡ ଧରଣର ଗଣ୍ଡଗୋଳ ହୋଇନଥିବା କହିଛନ୍ତି ସନ୍ତୋଷିଙ୍କ ବାପା ରଙ୍କନିଧି ନାୟକ।ସନ୍ତୋଷି କୌଣସି କାମରେ କ୍ଷେତକୁ ଯାଇ ଫେରୁଥିବା ବେଳେ ଆକ୍ରମଣ କରିଛି ନୃଶଂସ କକା ଧନୁ। ସଙ୍ଗେ ସଙ୍ଗେ ସନ୍ତୋଷିକୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇ ଥିବା ବେଳେ ପେଟରେ ଗଭୀର କ୍ଷତ ହେବା ସହ ଗଳାକୁ ମଧ୍ୟ କାଟିଦେଇଥିବା ଯୋଗୁଁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତର କରାଯାଇଛି । ମେଡ଼ିକାଲରେ ବୁଗୁଡା ଥାନା ଉପ ଆରକ୍ଷୀ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପହଞ୍ଚି ଥିବାବେଳେ ଝିଅର ବାପାଙ୍କ ବୟାନ ପ୍ରକାରେ ଧନୁ ନାୟକ କୁ ଅଣାଯାଇ ବାଲିପଦର ଫାଣ୍ଡିରେ ଅଟକ ରଖାଯାଇଛି । ସନ୍ତୋଷିଙ୍କ ବାପା ରଙ୍କନିଧି ଝିଅ ସହ ବ୍ରହ୍ମପୁର ଯାଇଥିବା ବେଳେ ସେ ଆସିବା ପରେ କିମ୍ବା ପରିବାରର କେହି ଅଭିଯୋଗ ଦାଖଲ କଲାପରେ କେସ ପଞ୍ଜିକୃତ ହୋଇ ଧନୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ