ସାମିଲ ହେଲେ ବିଜେପି ରାଜ୍ୟ ଉପସଭାପତି ଓ ତୁଙ୍ଗ ନେତା

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜୟୀ ହାସଲ କରିବା ପାଇଁ ସମସ୍ତ ଦଳର ପ୍ରାର୍ଥୀ ମାନେ ପାଗ ଭିଡୁଥିବା ବେଳେ ଛତ୍ରପୁର ବ୍ଲକର ୨୦ ନଂ ଜିଲ୍ଲାପରିଷଦ ଜୋନ୍ ରେ ବିଭିନ୍ନ ଦଳ ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳିଛି । ସମସ୍ତ ଦଳ ପକ୍ଷରୁ ନିଜ ନିଜ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ପାଇଁ ପ୍ରଚାର ଜୋରଦାର ଆରମ୍ଭ କରିସାରିଲେଣି । ଏଥି ନିମନ୍ତେ ୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ୨୦ ନଂ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ବିଜେପି ପ୍ରାର୍ଥୀ ଏନ୍‌. ଦିନବନ୍ଧୁ ନିଜ ପ୍ରଚାର କାର୍ଯ୍ୟକୁ ଜୋରସୋରରେ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଆଜି ଖୋଦ୍ ପ୍ରଚାର ମଇଦାନରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ମଙ୍ଗ ଧରି ଜୋନ୍ ଅନ୍ତର୍ଗତ ଚିକଲଖଣ୍ଡି ପଂଚାୟତରେ ବିଜେପି ପ୍ରାର୍ଥୀ ଏନ. ଦୀନବନ୍ଧୁଙ୍କ ନିମନ୍ତେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ତାଙ୍କ ସହିତ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କର, ବରିଷ୍ଠ ନେତା ଡାକ୍ତର ସୁବାସ ସାହୁ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଚିକଲଖଣ୍ଡି ପଞ୍ଚାୟତର ଯୁବନେତା ବି.ଶଙ୍କର ରେଡ୍ଡୀ, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା ଏବଂ ବହୁ ତୁଙ୍ଗ ନେତା ମାନେ ଚିକଳଖଣ୍ଡି ପଂଚାୟତର ଘର କୁ ଘର ବୁଲି ଦଳୀୟ ପ୍ରାର୍ଥୀ ଏନ.ଦୀନବନ୍ଧୁ ଏବଂ ଚିକଲଖଣ୍ଡି ପଞ୍ଚାୟତର ବିଜେପି ସମର୍ଥିତ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନଙ୍କ ନିମନ୍ତେ ନିର୍ବାଚନ ପ୍ରଚାର କରିଥିଲେ । ଏହି ଜୋନ୍ ଅଧିନରେ କଣମଣା, ଆର୍ଯ୍ୟପଲ୍ଲୀ, ଅଗସ୍ତି ନୂଆଗାଁ, ଚିକଲଖଣ୍ଡି, କାଳିପଲ୍ଲୀ ଓ ପୋଡାପଦର ପଂଚାୟତ ରହିଥିବା ବେଳେ ୩୭୯୮୯ ଜଣ ଭୋଟର ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ