ସାମୁଦ୍ରିକ ଝଡ଼ ଫନୀ ନିମନ୍ତେ ୫ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଘୋଷଣା • ଓଡିଶାକୁ ମିଳିବ ୩୪୦.୮୭୫ କୋଟି
ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି (ଏନସିଏମସି)ର ନିଷ୍ପତି ଆଧାରରେ ସାମୁଦ୍ରିକ ଝଡ ଫନୀ ପାଇଁ ପ୍ରଶମନ ଓ ଉଦ୍ଧାର କାର୍ଯ୍ୟ ନିମିତ ୪ଟି ରାଜ୍ୟକୁ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା କୋଷ (ଏସଡିଆରଏଫ)ମାନଙ୍କୁ ଅଗ୍ରୀମ ୧୦୮୬ କୋଟି ଟଙ୍କା ପ୍ରଦାନ କରିବା ନେଇ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପ୍ରଦାନ କରିଛି । ଏହି ସହାୟତା ଅନ୍ତର୍ଗତ ଓଡିଶାକୁ ୩୪୦.୮୭୫ କୋଟି, ଆନ୍ଧ୍ରପ୍ରଦେଶକୁ ୨୦୦.୨୫ କୋଟି, ତାମିଲନାଡୁକୁ ୩୦୯.୩୭୫ କୋଟି ଏବଂ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଟଙ୍କା ପ୍ରଦାନ କରାଯିବ ।