ସାମୁଦ୍ରିକ ମତ୍ସ୍ୟଜୀବୀ ନିମନ୍ତେ ସଚେତନତା ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) :ସାମୁଦ୍ରିକ ମତ୍ସ୍ୟଜିବୀ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଯ୍ୟପଲ୍ଲୀ ଅଂଚଳ ସାମୁଦ୍ରିକ ମତ୍ସ୍ୟଜିବୀଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଗଂଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ ସଚେତନ ଶିବିରରେ ଅଧ୍ୟକ୍ଷତା କରି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କ ରେ ଅବଗତ କରାଇଥିଲେ | ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ସୁବ୍ରତ ପଟ୍ଟନାୟକ, ଓ଼ମ୍ଫରା-୧୯୮୨ର ନିୟମ ଓ ଏହାର ପରିଚାଳନା ଏବଂ ତତ୍ ସହିତ ମାଛଧରା ନିଷେଧ ସମୟରେ ଥିବା ନିୟମାବଳୀ ଉପରେ ଅବଗତ କରାଇବା ସହ ରିଙ୍ଗ୍ ଜାଲର ବ୍ୟବହାର ମତ୍ସ୍ୟ ସମ୍ପଦ ଉପରେ କି ପ୍ରକାର ପ୍ରଭାବ ପକାଉଛି ଏବଂ ଏହାର ବ୍ୟବହାର କେଉଁଭଳି ମତ୍ସ୍ୟଜୀବୀଙ୍କୁ ଦୀର୍ଘସ୍ଥାୟୀ ରୋଜଗାରକ୍ଷମ କରାଇପାରୁଛି କି ନାହିଁ ଏହି ସଚେତନତା ଶିବିର ର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା | ଏଥି ସହିତ ଜିଏଆଈଏସ୍, ନୂତନ ଡଙ୍ଗା, ଜାଲ ଓ ଇଂଜିନ୍, ସଂଚୟ ଓ ଉପଶମ, ମତ୍ସ୍ୟ ସମବୟ ସମିତି ଗଠନ ଓ ପରିଚାଳନା ପ୍ରଭୁତି ଯୋଜନା ସଂମ୍ବଧିତ ତଥ୍ୟ ବିଭଗ ତରଫରୁ ଉପସ୍ଥାପନା କରାଯାଇଥିଲା | ଉକ୍ତ ବୈଠକ ରେ ମତ୍ସ୍ୟଜୀବି ମାନେ ନିଜ ନିଜ ର ମତ ଉପସ୍ଥାପନା କରିଥିଲେ ଓ ଏହାର ଆଶୁ ସମାଧାନ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଉପସ୍ଥିତିରେ କରାଯାଇଥିଲା | ମତ୍ସ୍ୟ ବିଭାଗ ର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ, ସାଗରମିତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ