ସାମୁହିକ ସଫେଇ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢି ତୋଳିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ନବ ନିର୍ବାଚିତ ଏନଏସି ଜନ ପ୍ରତିନିଧି ମାନେ ମଙ୍ଗ ଧରିଛନ୍ତି । ଦୀର୍ଘ ବର୍ଷ ଧରି ସହରର ମୁଖ୍ୟ ବଜାରରେ ଥିବା ନାଳ ନର୍ଦ୍ଦମା ଗୁଡିକ ପୋତି ହୋଇଯାଇଥିବା ବେଳେ ଆଜି ସାମୁହିକ ଭାବେ ସଫେଇ କରାଯାଇଛି । ଏହା ସହିତ ସହରର ବିଭିନ୍ନ ସ୍ଥାନରେ ଥିବା ନାଳ ନର୍ଦ୍ଦମା ଉପରେ ପଡିଥିବା ପ୍ଲେଟ ଗୁଡିକ କାଡି ସଫେଇ କର୍ମଚାରୀ ମାନେ ସଫା ସୁତୁରା କରିବା ସହ କିପରି ସଠିକ୍ ଭାବେ ଜଳ ନିଷ୍କାସନ ହେବ ସେଥି ନିମନ୍ତେ କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଦେବାଶିଷ ମିଶ୍ର, କେ. ରମେଶ, ପ୍ରିତିଛନ୍ଦା ସାମଲ, ଡି. ଇନ୍ଦୁ, ସୁମନ୍ତ କୁମାର ନାହାକ, ଟି. ଗଣେଶ ରେଡ୍ଡି, ଅମରେଶ କୁମାର ମହାରଣାଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ସଠିକ୍ ଭାବେ କିପରି ଏହି ସଫେଇ କରାଯିବ ସେଥି ନିମନ୍ତେ ଉପସ୍ଥିତ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁ, ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ଛତ୍ରପୁର ରାମାୟାଣାମ୍ମା ଠାକୁରାଣୀ ଯାତ୍ରାର ମୁଖ୍ୟ ପରିଚାଳକ କେ. ଚନ୍ଦ୍ର ଶେଖର ରେଡ୍ଡୀ, ମଝୀ ବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ପୂର୍ବତନ କାଉନସିଲର ବି. ରାଜୁବାବୁଙ୍କ ସମେତ ଏନଏସିର ବହୁ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ