ସାମୂହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାମୂହିକ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ପ୍ରଥମେ ଡି.ଇ.ସି. ଏବଂ ଆଲବେଣ୍ଡାଜୋଲ ର ଗୋଟିଏ ମାତ୍ରା ସେବନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ପୌରାଂଚଳ ଏବଂ ବ୍ଲକରେ ଫେବୃଆରୀ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । କେବଳ ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ସେବନ କରିବେ । ଫାଇଲେରିଆ ନିରାକରଣ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥିବା ବେଳେ ଜିଲ୍ଲାବାସୀ ଏହି ଔଷଧ ନିଶ୍ଚିତ ସେବନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ୫୧୮୦ଜଣ ଆଶା, ଅଙ୍ଗନୱାଡି ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଏହି ଔଷଧ ସେବନ କରାଇବେ । ଏହି ବଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଶରୀରରେ ଲୁଚି ରହିଥିବା ମାଇକ୍ରୋଫାଇଲେରିଆକୁ ମାରି ବାତଜ୍ୱର ଓ ଗୋଦର ହେବାକୁ ଦେଇ ନ ଥାଏ । ଜିଲ୍ଲାର ୨୧ଲକ୍ଷ ଲୋକଙ୍କୁ ଏହି ବଟିକା ସେବନ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଆଜିର କାର୍ଯ୍ୟକ୍ରମରେ ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଡି.ଏମ.ଓ. ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭିବିଡି) ଡା. ଶଶାଙ୍କ ଶେଖର ଚୌଧୁରୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ପରେଶ ଚନ୍ଦ୍ର ନନ୍ଦୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଟିବି) ଡା. ରଞ୍ଜନ କୁମାର ନାୟକ, ଡା.ଅରୁନ ଶିବନ, ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି, ଅତିରିକ୍ତ ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜ, ଜିଲ୍ଲା ବାହକ ବାହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିବା ସହିତ ଏହି ଔଷଧ ସେବନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ