ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଡିଜିଙ୍କ ଉଦେଶ୍ୟ ରେ ଦାବୀପତ୍ର
ଟାଙ୍ଗୀ-ଚୌଦ୍ୱାର,(ଦୀପକ ବେହୁରିଆ): ଭୁବନେଶ୍ୱରର ବଡ଼ଖବରର ଟିଭି ସାମ୍ବାଦିକ ଜ୍ୟୋତି ରଞ୍ଜନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ସାରା ଓଡିଶାରେ ସାମ୍ବାଦିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲାବେଳେ ଏହାକୁ ନେଇ ଓଡିଶାର ପ୍ରାୟ ବ୍ଲକରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଏହି ଘଟଣାକୁ ନିନ୍ଦା କରିବା ସହ ବହୁ ସାମ୍ବାଦିକ ସଂଗଠନ ତୃଣମୂଳ ସ୍ତରରେ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ସମେତ ଘଟଣା ଘଟାଇଥିବା ଦୁର୍ବୁତ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି l ଭୁବନେଶ୍ୱରରେ ବୈଦୁତିକ ଓ ଛପା ଗଣମାଧ୍ୟମର ସାମ୍ବାଦିକ ତଥା ଡେସ୍କରେ କାମକରୁଥିବା ପୁରୁଷ ଓ ମହିଳା କର୍ମଚାରୀ ବିଳମ୍ବିତ ରାତିରେ ଘରକୁ ଫେରନ୍ତି l ସରକାରଙ୍କର କମିଶନରେଟ ପୁଲିସ କାହାକୁ ସୁରକ୍ଷା ଦେଉଛି ସାଧାରଣ ଲୋକମାନଂକୁ ଲୁଟେରା ଲୁଟୁଥିବା ବେଳେ ଏବେ ସାମ୍ବାଦିକ ମାନଂକୁ ଲୁଟିବା ଆରମ୍ଭ କରିଛନ୍ତି l ସାଧାରଣ ଲୋକମାନଙ୍କର ଅଧିକାର ପାଇଁ ଲଢୁଥିବା ଏହି ସାମ୍ବାଦିକ ମାନଙ୍କର ଜୀବନ ସୁରକ୍ଷା ପାଇଁ ଜନସାଧାରଣ ସାମ୍ନାକୁ ଆସିବା ଦରକାର ବୋଲି ଆଜି ଟାଙ୍ଗୀ ଚୌଦ୍ୱାରର ସାମ୍ବାଦିକ ମାନେ ପ୍ରକାଶ କରିଛନ୍ତି l ଜ୍ୟୋତି ରଞ୍ଜନ ଘଟଣାରେ ତଥା ସମସ୍ତ ସମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ତଥା ଘଟଣା ଘଟାଇ ଥିବା ଏହି ଦୁର୍ବୁତ୍ତମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ମହାନିର୍ଦେଶକଙ୍କ ଉଦେଶ୍ୟରେ ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଟାଙ୍ଗୀ ଚୌଦ୍ୱାରର ବରିଷ୍ଠ ସାମ୍ବାଦିକ ପଦ୍ମଲାଭ ବରାଳ, ସତ୍ୟବ୍ରତ ଦାସ, ଶଙ୍କରଷଣ ମହାପାତ୍ର, ସଂଜୀବ ତିୱାରୀ, ଦୀପକ ମଙ୍ଗରାଜ, ଅଜିତ ସ୍ୱାଇଁ,ପ୍ରକାଶ ନାୟକ,ବିଶ୍ୱଜିତ ବିଶ୍ୱାଳ,ଶିବବ୍ରତ ଦାସ, ପାର୍ଥସାରଥୀ ବେଉରା, କ୍ଷୀରୋଦ ପରିଡା, କୁଲୁ ବେହେରା,ଶଙ୍କର ନାୟକ, ମାନସ ପରିଡା, ହେମନ୍ତ ରାଉତ, ପବିତ୍ର ମହାନ୍ତି, ଜଗନ୍ନାଥ ଜେନା, ଦୀପକ ବେଉରା ପ୍ରମୁଖ ଉପସ୍ଥିତ ଥିଲେ l