ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ଖବର ସଂଗ୍ରହ ବେଳେ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟରତ ଗଣ ମାଧ୍ୟମର ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ଗଳା ଧକ୍କା ଦେବା ଓ ଆଉ ଏକ ଘଟଣାରେ ଜଣେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ବେଲଗୁଣ୍ଠା ପ୍ରେସ୍ କ୍ଳବ ଓ ଉତ୍କଳ ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ଏହାର ପ୍ରତିବାଦ କରିଛି ।ତୁରନ୍ତ ଏସ୍.ପିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଏହା ସହ ସାମ୍ବାଦିକଙ୍କ ସୁରକ୍ଷା ଓ ସେମାନଙ୍କ ବିଭିନ୍ନ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଉପ ସଭାପତି ଅଶ୍ୱିନୀ କୁମାର ମହାନ୍ତି, ସମ୍ପାଦକ ସୁଶାନ୍ତ କୁମାର ମିଶ୍ର, ସହ-ସମ୍ପାଦକ ସରୋଜ ଶତପଥୀ,କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ କୁମାର ବେହେରା,ସି.ଏଚ୍.ସୁରେଶ କୁମାର ସୁବୁଦ୍ଧି,ମାଧବ ଆପଟ,ରାଜେଶ କୁମାର ବିଷୋୟି,ସନ୍ତୋଷ କୁମାର ବିଷୋୟି, ସୁର‌୍ୟ୍ୟନାରାୟଣ ତ୍ରିପାଠୀ,ଚନ୍ଦନ କୁମାର ସାହୁ,ଶିବରାମ ଚୌଧୁରୀ, ଅକ୍ଷୟ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ