ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାରେ ଆଇଆଇସି ଙ୍କୁ ଗିରଫ ଦାବୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ମାଡ଼ ଓ ଗୋଡ଼ରେ ବେଡି ପକାଇବା ଘଟଣାରେ ପୋଲସରା ସାମ୍ବାଦିକ ବୃନ୍ଦ ଦୃଢ଼ ନିନ୍ଦା କରିଛନ୍ତି। ସାମ୍ବାଦିକ ଶ୍ରୀ ଦେଲେଇଙ୍କୁ ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ଡାକି ମାଡ଼ମାରି ଶେଷରେ ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ଚିକିତ୍ସା କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଲୋକନାଥ ଦଳେଇ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ। ସେ ସନ୍ତ୍ରାସବାଦୀ କିମ୍ବା ପେଶାଦାର ଅପରାଧୀ ନୁହଁନ୍ତି। ଦିନକୁ ଦିନ ସାମ୍ବାଦିକ ଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ନିଜର କର୍ତ୍ତବ୍ୟ କରି ହିଂସାର ଶିକାର ହେଉଛିନ୍ତି ସାମ୍ବାଦିକ। ଯାହାର ଜ୍ଵଳନ୍ତ ଉଦାହରଣ ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇ । ବ୍ୟକ୍ତିଗତ ଘଟଣା କୁ ନେଇ ରାଗ ସୁଝାଇବାକୁ ଯାଇ ଥାନା ଅଧିକରିଣୀ ଦ୍ରୌପଦୀ ଦାସ, ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ମାଡ଼ମାରି ତାପରେ ଚିକିତ୍ସା ବାହାନାରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବେଡି ପକାଇ ରଖିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପୋଲସରା ଅଞ୍ଚଳର କାର୍ଯ୍ୟରତ ସମସ୍ତ ସାମ୍ୱାଦିକ ଏହି ଘଟଣାର ଦୃଢ ନିନ୍ଦା କରି ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇଆଇସି ଶ୍ରୀମତୀ ଦାସଙ୍କୁ ନିଲମ୍ବନ ଗିରଫ କରି ତାଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସାମ୍ୱାଦିକ ହରିହର ପାତ୍ର, ସିମାଞ୍ଚଳ ସାହୁ, ଅତ୍ରି ପଟ୍ଟନାୟକ, ସୁବ୍ରତ ବେହେରା, ପ୍ରଗତିବନ୍ଧୁ ଦାସ, ଅକ୍ଷାନ୍ତ କୁମାର ମିଶ୍ର, ଶିବରାମ ଗୌଡ, ରବୀନ୍ଦ୍ର ନାଥ ପ୍ରଧାନ, ସନ୍ତୋଷ କୁମାର ପଣ୍ଡା, ରୋହିତ ପ୍ରଧାନ, ନୃସିଂହ ନାଥ ସ୍ବାଇଁ, ଶିବ ପ୍ରସାଦ ସାହୁ, ମନୋଜ କୁମାର ଘଡେଇ, ଜ୍ୟୋତି ରଞ୍ଜନ ଆଚାରୀ ପ୍ରମୁଖଙ୍କ ଉପସ୍ଥିତରେ ବିଡ଼ିଓ ବକୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ