ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ନନ୍ଦପୁର ଥାନାର ଦ୍ବାରସ୍ଥ ହେଲେ ସାମ୍ୱାଦିକ
କୋରାପୁଟ,(ହେମନ୍ତ ପାଣଗ୍ରାହୀ): ନନ୍ଦପୁର, ବିନା କାରଣରେ ଦୋକାନରୁ ସାମଗ୍ରୀ କିଣିବା ସମୟ ରେ ଆତର୍କିତ ବାଭେ ଆକ୍ରମଣର ଶିକାର ହୋଇଥିଲେ ଜୈନିକ ସାମ୍ବାଦିକ ଦଶରଥ ମାଛ।ଏନେଇ ବୁଧବାର ସକାଳୁ ନନ୍ଦପୁର ବ୍ଲକ ସଂଯୋଜକ ତୁଷାର କାନ୍ତ ମହାନ୍ତି ଙ୍କ ନେତୃତ୍ବ ରେ ସମସ୍ତ ସାମ୍ବାଦିକ ସୁନିଲ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ପାଡ଼ି, ରମେଶ କୁମାର ଅଧିକାରୀ , ହରେଶ୍ ଖିଲ ଙ୍କୁର ନେଇ ଜିଲ୍ଲା ସାମ୍ବାଦିକ ସଂଘ ଯୁଗ୍ମ ସମ୍ପାଦକ ତ୍ରିନାଥ ଖରା ନନ୍ଦପୁର ଥାନା ରେ ଏକ ଲିଖିତ ଅଭିଯୋଗ ଦେବା ସହ ନନ୍ଦପୁର ଏସ ଡି ପିଓ ସମ୍ବିତ କୁମାର ମାଝୀ ଙ୍କୁ ଭେଟି ଘଟଣା ର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସାମ୍ବାଦିକ ଦଶରଥ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଘଟଣା ସମ୍ପର୍କ ରେ ଥାନା ଅଧିକାରୀ ଙ୍କୁ ଏତେଲା ପ୍ରଦାନ କରାଯାଇଥିବା ଜଣାପଡିଛି । ସେପଟେ ଏହି ଘଟଣା କୁ ନିନ୍ଦା କରିଛନ୍ତି କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶ ଧର ରାଉତ। ସୂଚିତ ଯେ ଚଳିତ ମାସ ଗତ ୨୮ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟ ରେ ନନ୍ଦପୁର ଥାନା ଅନ୍ତର୍ଗତ ବୁରୁଡ଼ି ଗୁଡା ଗ୍ରାମ ରେ ନିଜ ମାମୁ ଘର ରେ ଏକ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବା କୁ ଯାଇ ଥିବା ସାମ୍ବାଦିକ ଦଶରଥ ମାଛ ଉକ୍ତ ଗ୍ରାମ ର ଏକ ପାନ ଦୋକାନ କୁ ଯାଇ ଥିଲେ । ହେଲେ ସେଠାରେ କିଛି ସାମଗ୍ରୀ ନ କିଣି ସୁଦ୍ଧା ଉକ୍ତ ଦୋକାନୀ ଟଙ୍କା ମାଗିଥିଲେ ହେଲେ ଲୋକ ଲଜ୍ଜ୍ୟା ରୁ ବଞ୍ଚିବା ପାଇଁ ହେଉ ଫୋନ୍ ପେ ମାଧ୍ୟମ ରେ ଟଙ୍କା ପୈଠ କରୁଛି କହି ଟଙ୍କା ଦେଉଥିବା ସମୟ ରେ ଉକ୍ତ ଦୋକାନୀ ହଠାତ୍ ଆସି ଆକ୍ରମଣ କରିଥିଲେ l ହେଲେ ସାମ୍ବାଦିକ ଜଣକ ବୁଝି ପାରିଲେ ନାହିଁ କାହିଁକି ଓ କେଉଁ କାରଣ ରୁ ଦୋକାନୀ ଜଣଙ୍କ ଏହି ପରି ଆକ୍ରମଣ କଲେ l ତେବେ ସେଠାରୁ ଆଉ କିଛି ନ କାହିଁ ଜୈନିକ ସାମ୍ବାଦିକ ଜଣକ ଚାଲି ଆସି ଜିଲ୍ଲା ସାମ୍ବାଦିକ ସଂଘ କୁ ଜଣାଇବା ପରେ ବୁଧବାର ଏ ନେଇ ନନ୍ଦପୁର ଥାନା ରେ ମାମଲା ରୁଜୁ ହୋଇଛି l ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନନ୍ଦପୁର ଏସ ଡି ପିଓ ସମ୍ବିତ କୁମାର ମାଝୀ ।