ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ

କଟକ, (ଶ୍ରୀନିବାସ):କୋରୋନା ସଂକ୍ରମଣ ଵେଳେ, ନିଜ ଜୀବନକୁ ବାଜି ରଖି ସମାଜ ଓ ଲୋକଙ୍କ ପାଇଁ ଲଢୁଥିବା ଡାକ୍ତର, ପୋଲିସ, ସାମ୍ବାଦିକ,ସଫେଇ କର୍ମଚାରି ମାନଙ୍କୁ ଉତ୍ସାହିତ,ପ୍ରେରିତ କରିବା ପାଇଁ ସେମାନଙ୍କୁ କୋରୋନା ଯୁଧ୍ୟାର ମାନ୍ୟତା ଦିଆଯାଉଛି। ମାତ୍ର ଏହି ସମୟରେ କିଛି ଅସାମାଜିକ, ଅପରାଧିକ ବ୍ୟକ୍ତି ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ବେକରୁ ସୁନାଚେନ, ନଗଦ ପାଞ୍ଚ ହଜାର ଟଙ୍କା ଛଡାଇ ନେଇଛନ୍ତି, ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଏଭଳି ଅଭାବ ନିୟ ଘଟଣା ଘଟିଛି, ବାଲେଶ୍ୱର ଜିଲ୍ଲା, ସିଂଲା ଥାନା ଅଞ୍ଚଳରେ।ଅଭିଯୋଗ ଅନୁଯାୟୀ ସିଂଲା ଥାନା ସାଉଡି ଗ୍ରାମରେ ରସି ଥାଇ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତୁ ହୋଇଥିଲା।ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ତେବେ ଖବର ପ୍ରକାଶ ପଛରେ ସେହି ଗ୍ରାମର ଯୁବ ସାମ୍ବାଦିକ ପ୍ରଭାକର ମଲ୍ଲିକଙ୍କ ହାତ ଥିବା ସନ୍ଦେହ କରି, ବରେନ୍ଦ୍ର ବେହେରାଙ୍କ ପୁଅ ସୁଜନ ବେହେରା ଓରଫ(ଧୂକୁଡ଼ା)ଗାଁଆ ଦାଣ୍ଡରେ ପ୍ରଭାକର କୁ ଅଟକାଇ, ଅଶ୍ଳୀଳ ଭାଷାରେ ଗାଳି ଗୋଳଜ କରିବା ସହିତ ତାଙ୍କ ମୋବାଇଲ ଭାଙ୍ଗି ଦେଇଛନ୍ତି, ପ୍ରତିବାଦ କରିବାରୁ ତାଙ୍କୁ ଜୀବନରୁ ମାରିଦେବାର ଉଦ୍ୟମ କରିଥିଲେ। ଘଟଣା ସ୍ଥଳରେ ସାମ୍ବାଦିକ ପ୍ରଭାକର ସଂଜ୍ଞାହୀନ ହୋଇ ପଡିଥିଲେ ଖବର ପାଇ ପରିବାର ଲୋକେ ମେଡିକାଲ ନେଇ ଚିକିତ୍ସା କରାଇ ଛନ୍ତି। ତାଙ୍କ ଜୀବନପ୍ରତି ବିପଦ ଥିବା ଆଶଙ୍କା କରି, ସିଂଲା ଥାନାରେ ପ୍ରଭାକର ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସାମ୍ବାଦିକ ସଙ୍ଘ ପକ୍ଷରୁ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି, ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି, ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲ ସାମ୍ବାଦିକ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ