ସାମ୍ବାଦିକଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି କୁ ତୁରନ୍ତ ଗିରଫ ପାଇଁ ଦାବି

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ବେଆଇନ ଔଷଧ ଚାଲଣ ହେଉଥିବା ଖବର ପାଇ ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ଗତ ୧୬ ତାରିଖ ରେ ଏକ କାରର ଭିଡିଓ ଉତ୍ତୋଳନ କରିବା ବେଳେ ଏଥିରେ ସୁଜିତ ମହାପାତ୍ର ଉତକ୍ଷିପ୍ତ ହୋଇ ସାମ୍ବାଦିକ ଶ୍ରୀ ମହାପାତ୍ର କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ହତ୍ୟା ଧମକ ଦେଇ ଥିଲେ । ଏ ନେଇ ସାମ୍ବାଦିକ ଶ୍ରୀ ମହାପାତ୍ର ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ଜାଣିଶୁଣି ଘଟଣା ର ତଦନ୍ତ ବିଳମ୍ବ କରିବା ଯୋଗୁଁ ଅଭିଯୁକ୍ତ ତା ପର ଦିନ ସାମ୍ବାଦିକ ଶ୍ରୀ ମହାପାତ୍ର ନାମରେ ମଧ୍ୟ ପାଲଟା ଲିଖିତ ଏତଲା ଦେଇଥିଲେ । ସାମ୍ବାଦିକ ଶ୍ରୀ ମହାପାତ୍ର ଙ୍କ ଲିଖିତ ଏତଲା ଅନୁଯାଇ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବା,ସାମ୍ବାଦିକ ଙ୍କ ନାମରେ ହୋଇଥିବା ମିଥ୍ୟା ଏତଲା ଖାରଜ କରିବା,ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କୁ ଦାବୀ ପତ୍ର ଦିଆ ଯାଇଛି । ଆଗାମୀ ୨୩ ତାରିଖ ମଧ୍ୟରେ ଯଦି ଅଭିଯୁକ୍ତକୁ ଗିରଫ କରା ନ ଯାଏ ତାହା ହେଲେ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖ ରେ୨୪ ତାରିଖ ଦିନ ୧୦.୩୦ ମିନଟ ଠାରୁ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଦାବି ପତ୍ର ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ