ସାମ୍ବାଦିକଙ୍କୁ ଲୋକସେବା ଭବନ ଯିବାକୁ ଅନୁମତି ଦିଆଯାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଓ ବିଧାନସଭା ପ୍ରେସ ଗ୍ୟାଲେରୀ ଯିବାକୁ ଅନୁମତି ଦେବାକୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି । ମଂଚର ଆବାହକ ଲିଙ୍ଗରାଜ ସାହୁ ଏନେଇ ଟ୍ୟୁଟ୍ କରି ମୁଖ୍ୟମନ୍ତ୍ରୀ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ, କରୋନା ସମୟରେ ସାମ୍ବାଦିକମାନଙ୍କୁ ଲୋକ ସେବା ଭବନ ଓ ବିଧାନ ସଭା ପ୍ରେସ ଗ୍ୟାଲେରୀ ବାରଣ କରାଯାଇଥିଲା । ଏବେ ସ୍ଥିତି ସ୍ୱାଭାବିକ ହେଲାଣି । କରୋନା ଯିବା ସହ ରାଜନୈତିକ କାର୍ଯ୍ୟକ୍ରମ ହେଉଛି । ଏଣୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଓ ବିଧାନସଭା ପ୍ରେସ ଗ୍ୟାଲେରୀ ଯିବାକୁ ଅନୁମତି ମିଳୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ