ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ର ଦୁଇଦିନିଆ ବାର୍ଷିକ ଉତ୍ସବ ଅନୁଗୁଳ ର ଡ଼ାଇମଣ୍ଡ କଣ୍ଟିନେଣ୍ଟାଲ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ନାୟକ,ସନ୍ତୋଷ ଦାଶ,କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ସଞ୍ଜୟ ପତି, ଭାଗବତ ସ୍ବାଇଁ, ଆଦିତ୍ୟ ରାଉତ, ନୃସିଂହ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବ ରେ ଯୋଗ ଦେଇଥିବା କାକଟପୁର ପ୍ରେସ କ୍ଳବର ସଂପାଦକ ଆଦିତ୍ୟ ରାଉତ ଙ୍କୁ ଉକ୍ତ ଉତ୍ସବ ରେ ସମ୍ମାନୀତ କରାଯାଇ ଥିଲା । ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ୱାଦିକ ମାନଙ୍କ ସମସ୍ୟା ସବୁକୁ ଉତ୍କଳ ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଓ ସଂପାଦକ ବେଣୁଧର ପଣ୍ଡା ଉପସ୍ଥାପିତ ସହିତ ଏଗୁଡ଼ିକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ
କରିଥିଲେ। ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଓ ସଂପାଦକ ଉତ୍ସବ କୁ ପରିଚାଳନା କରିଥିବାବେଳେ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳ ର ବିଧାୟକ ମାନେ ଯୋଗ ଦେଇଥିଲେ। ସେହିପରି ନିମାପଡ଼ା ଟାଉନ ହଲ ଠାରେ ନିମାପଡ଼ା ପ୍ରେସକ୍ଲବର ନୂତନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ଅକ୍ଷୟ ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରମାକାନ୍ତ ବେହେରା, ଅଶୋକ କୁମାର ବେହେରା, ପ୍ରଦ୍ୟୁମ୍ନ ବେହେରା ଓ ସୁଦର୍ଶନ ବେହେରା ଯଥାକ୍ରମେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ସଂଗଠନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ନିମାପଡ଼ା ଅଞ୍ଚଳର ସାମ୍ବାଦିକ ମାନେ ଶୁଭେଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ