ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ନିନ୍ଦା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ସରକାରଙ୍କ ଉଦାସୀନତା ଏବଂ ଉପଯୁକ୍ତ ସୁରକ୍ଷା ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଆକ୍ରମଣର ଶିକାର ହେଉଛନ୍ତି, ଯାହା ଗଣତନ୍ତ୍ର ପାଇଁ ଜମାରୁ ଶୁଭଙ୍କର ନୁହେଁ I ବର୍ତ୍ତମାନ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଚାଲିଥିବା ବେଳେ ବିଭିନ୍ନ ବୁଥ୍ ରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ସୀମା ଟପିଛି I ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଳା ବିଞ୍ଝାରପୁର ଠାରେ I ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିବା ତିନି ଜଣ ସାମ୍ବାଦିକଙ୍କ ଉପରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କ ମୋବାଇଲ୍, କ୍ଯାମେରା ଏବଂ ବୁମ୍ ମଧ୍ୟ ଭାଙ୍ଗି ଦେଇଥିଲେ I ଏହି ଘଟଣାକୁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ଏସ୍ଏ ଲାଗୁ କରିବାକୁ ଦାବି କରିଛନ୍ତି I କେବଳ ନିର୍ବାଚନ ସମୟରେ ନୁହେଁ ପୂର୍ବରୁ ବହୁ ସମୟରେ ସାମ୍ବାଦିକ ମାନେ ପୋଲିସ୍ ଏବଂ ପ୍ରଶାସନର ଆକ୍ରୋଶର ଶିକାର ହେବାର ମଧ୍ୟ ନଜର ରହିଛି I ଏଣୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସୁରକ୍ଷା ପାଇଁ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ପାଇଁ ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଲବ୍ ସଦସ୍ୟମାନେ ଦାବି କରିଥିଲେ I ଆଜିର ବୈଠକରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ଶ୍ରୀ ପାତ୍ରଙ୍କ ସମେତ ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ସହସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୂପାଦ ଜେନା, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ଜଗନ୍ନାଥ ନାୟକ,ସୁଧାଂଶୁ ଶେଖର ବିଷୋୟୀ, ପଞ୍ଚାନନ ସାହୁ, ସନ୍ତୋଷ କୁମାର ଡାକୁଆ, ମାଧବ ଚନ୍ଦ୍ର ଆପଟ, ରାଜେଶ୍ ପଣ୍ଡା, ରାଜେଶ୍ ପାତ୍ର, ସୁଶାନ୍ତ ବେହେରା, ଅକ୍ଷୟ ଶତପଥୀ, ସନ୍ତୋଷ ତ୍ରିପାଠି, ବିନ୍ଦୁପ୍ରିୟା ଦାଶ, ବର୍ଷାରାଣୀ ସ୍ଵାଇଁ, ନାରାୟଣ ପଣ୍ଡା, ଶିବରାମ ଚୌଧୂରୀ, ସୁଶାନ୍ତ ମିଶ୍ର, ପଞ୍ଚାନନ ସାହୁ, ଚନ୍ଦନ ସାହୁ, ମଣ୍ଟୂ ମହାପାତ୍ର, ସଚିନ୍ ପୁରୋହିତ, ସୁରେଶ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ