ସାମ୍ବାଦିକଙ୍କ ଜନ୍ମ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-କାଶୀନଗର ବିଇଓ ଅଫିସ ରେ ବରିଷ୍ଠ ସାମ୍ବାଦିକ ହ୍ରୁଷୀକେଶ ଗୌଡଙ୍କ ୭୦ତମ ଜନ୍ମ ଦିବସ ଓ ଡ ବ୍ରୁଷକେତୁ ଦାସଙ୍କୁ ଶିକ୍ଷା ପ୍ରଦୀପ ଉପାଧି ରେ ସମ୍ମାନୀତ କରାଯାଇ ଥିଲା । ଉକ୍ତ ସଭା ରେ କବି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଡ ବ୍ରୁଷକେତୁ ଦାସ ମୁଖ୍ୟ ଅତିଥି ଥିଲେ । ଶିକ୍ଷୟତ୍ରୀ ଶ୍ରୀମତୀ ସାବିତ୍ରୀ ରାଣୀ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ଦେବରାଜ ଜେନାଙ୍କ ସହ ଶିକ୍ଷକ ସମାଜର ବହୁ ଶିକ୍ଷକ ଉପସ୍ଥିତ ଥିଲେ। ଆଦର୍ଶ ବିଦ୍ୟାଳୟ ର କ୍ରୁତୀ ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କାରାଯାଇଥିଲା । ଆଇନଜିବୀ କୈଳାସ ଗୌଡ ଗୋପାଳ ସମାଜ ତରଫରୁ ହ୍ରୁଷୀକେଶ ଗୌଡଙ୍କୁ ସମ୍ବର୍ଦ୍ଧନା କରିଥିଲେ ।