ସାମ୍ବାଦିକଙ୍କ ପିତୃ ବିୟୋଗ

ନିମାପଡା, (ସନ୍ତୋଷ ଦାଶ):ଅସ୍ତରଙ୍ଗ ଅଞ୍ଚଳର ଯୁବ ସାମ୍ବାଦିକ ଲୋକ ନାଥ ସ୍ୱାଇଁଙ୍କ ପିତୃ ବିୟୋଗ ଘଟିଛି । ଦୀର୍ଘ ଦିନ ଧରି ସାମ୍ବାଦିକ ଲୋକନାଥ ଙ୍କ ପିତା କୈଳାସ ଚନ୍ଦ୍ର ସ୍ୱାଇଁ , ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ତାଙ୍କୁ ଗତକାଲି ନିଜଗ୍ରାମ ବସ୍ତଢିଅକୁ ଅଣା ଯାଇଥିଲା ।ଶନିବାର ଦିନ ସକାଳ ସମୟରେ କୈଳାସ ଚନ୍ଦ୍ର ସ୍ୱାଇଁ ୬୪ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ସ୍ୱାଇଁଙ୍କୁ ଶେଷ ଦର୍ଶନ ନିମନ୍ତେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ,ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ସଭାପତି ଶରତ କୁମାର ପରିଡା , ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ, ଅସ୍ତରଙ୍ଗ ପ୍ରେସ କ୍ଲବ ସଭାପତି ପ୍ରସାନ୍ତ ବାରିକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବସ୍ତଢିଅ ବାସଭବନରେ ଶେଷ ଦର୍ଶନ କରିବା ସହ । ଶୋକବେତ ପରିବାରକୁ ସାନ୍ତନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ