ସାମ୍ବାଦିକଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ଶୋକ ପ୍ରକାଶ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କଳାହାଣ୍ଡି ଜିଲ୍ଳା ରାମପୁର ବ୍ଳକ୍ ଡମ୍ବକର୍ଲାଖୁଣ୍ଟାରେ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି I ସେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା I ମଦନପୁର ରାମପୁର ଠାରୁ ମୋହନଗିରି ଯିବା ରାସ୍ତାରେ ଡମ୍ବ କର୍ଲାଖୁଣ୍ଟା ପୋଲ ନିକଟରେ ଏକ ମାଓ ପୋଷ୍ଟର୍ ଦେଖିବାକୁ ମିଳିଥିଲା I ଶନିବାର ସକାଳ ପ୍ରାୟ 11 ଟା ସମୟରେ ଧରିତ୍ରୀ ଖବରକାଗଜର ମୋହନଗିରୀ ପ୍ରତିନିଧି ରୋହିତ ବିଶ୍ୱାଳ ନିଜ ବାଇକ୍ ରେ ଖବର ସଂଗ୍ରହ କରିବା ପାଇଁ ଯାଇ ଘଟଣା ସ୍ଥଳରେ ପହଞ୍ଚି ମାଓ ପୋଷ୍ଟର୍ କୁ ବିଭିନ୍ନ ଏଙ୍ଗେଲ୍ ରୁ ଫଟୋ ଉଠାଉଥିବା ସମୟରେ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ଘଟିବାରୁ ରୋହିତଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା I ଏହାକୁ ବେଲଗୁଣ୍ଠା ପ୍ରେସକ୍ଲବର ସଭାପତି ପ୍ରଦ୍ୟୁମ୍ନ ପାତ୍ର ଦୃଢ଼ ନିନ୍ଦା କରିବା ସହ ସାମ୍ବାଦିକଙ୍କୁ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ ଉଡାଇବା ନକ୍ସଲଙ୍କ କାପୁରୁଷତାର ପରିଚୟ ବୋଲି ପ୍ରକାଶ କରିଛନ୍ତି I ଏହି ଅବସରରେ ମୃତ ସମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 13 ଲକ୍ଷ ଟଙ୍କାର ସହୟତା ରାଶି ଘୋଷଣା କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ କୃତଜ୍ଞତା ଜ୍ଞାପନ କରାଯିବା ସାହା ସ୍ଵର୍ଗତ ସାମ୍ବାଦିକଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି I ଏହି ଅସମୟରେ ସ୍ଵର୍ଗତ ରୋହିତଙ୍କ ପରିବାରକୁ ଜଗତରନାଥ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ଉପସ୍ଥିତ ସଦସ୍ୟ ମାନେ ପ୍ରକାଶ କରିଥିଲେ I ଆଜିର ଏହି ଶୋକ ସଭାରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି,ସହସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୂପାଦ ଜେନା ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ଜଗନ୍ନାଥ ନାୟକ,ସୁଧାଂଶୁ ଶେଖର ବିଷୋୟୀ, ପଞ୍ଚାନନ ସାହୁ, ସନ୍ତୋଷ କୁମାର ଡାକୁଆ, ମାଧବ ଚନ୍ଦ୍ର ଆପଟ, ରାଜେଶ୍ ପଣ୍ଡା, ରାଜେଶ୍ ପାତ୍ର, ସୁଶାନ୍ତ ବେହେରା, ଅକ୍ଷୟ ଶତପଥୀ,ସନ୍ତୋଷ ତ୍ରିପାଠି, ବିନ୍ଦୁପ୍ରିୟା ଦାଶ,ବର୍ଷାରାଣୀ ସ୍ଵାଇଁ, ନାରାୟଣ ପଣ୍ଡା, ଶିବରାମ ଚୌଧୂରୀ, ସୁଶାନ୍ତ ମିଶ୍ର,ପଞ୍ଚାନନ ସାହୁ,ଚନ୍ଦନ ସାହୁ, ମଣ୍ଟୂ ମହାପାତ୍ର, ସଚିନ୍ ପୁରୋହିତ, ସୁରେଶ ସୁବୁଦ୍ଧି ପ୍ରମୁଖ ଉପସ୍ଥିତରହି ସ୍ଵର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ