ସାମ୍ବାଦିକଙ୍କ ସମସ୍ୟା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର : ଓଡ଼ିଶା ପତ୍ରକାର ସଂଘର ୧୦ମ ପ୍ରତିଷ୍ଠା ଦିବସ ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରେ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଅତିଥିମାନେ ଉତ୍ସବରେ ଯୋଗଦେଇ ‘ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ’ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ପତ୍ରକାର ଦିଲ୍ଲୀପ କୁମାର ବିଶୋୟୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିଭାବେ ବିଧାୟକ ଅରବିନ୍ଦ ଢାଲି, ପ୍ରମେୟର ସମ୍ପାଦକ ଗୋପାଳ ମହାପାତ୍ର, ମୁଖ୍ୟବକ୍ତା ବରିଷ୍ଠ ପତ୍ରକାର ରାଜାରାମ ଶତପଥୀ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କର ସମସ୍ୟା ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ସଂଘର ରାଜ୍ୟ ସଭାପତି ସୁରେନ୍ଦ୍ର ସାହୁ ବକ୍ତବ୍ୟରେ କହିଲେ ଯେ, ସମ୍ବାଦପତ୍ରରେ ମୁଖ୍ୟ ଭୂମିକା ନିଭାଉଥିବା ସାମ୍ବାଦିକମାନେ ଆଜି ସମାଜରେ ସବୁଠାରୁ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଲାଞ୍ôଛତ, ଅପମାନିତ, ଅତ୍ୟା·ରିତ ଓ ଜର୍ଜରିତ ଅବସ୍ଥାରେ ଅଛନ୍ତିି । ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଦେବା, ପେନ୍ସନ, ଘର ଖଣ୍ଡେ ଏବଂ ସୁରକ୍ଷା ଇତ୍ୟାଦି ନ୍ୟାର୍ଯ୍ୟଦାବି ପୂରଣ ଦିଗରେ ସରକାର ତତ୍ପର ହେବେ ବୋଲି ଆଶାପୋଷଣ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଅବିନାଶ ମିଶ୍ର କହିଲେ ଯେ, ସଂଘ ପକ୍ଷରୁ ସରକାରଙ୍କ ଠାରେ ସାମ୍ବାଦିକମାନଙ୍କୁ ସର୍ବନିମ୍ନ ମୌଳିକ ଦାବି ସର୍ବନିମ୍ନ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା, ପେନ୍ସନ, ବାସଗୃହ ଏବଂ ଗ୍ରାମାଞ୍ଚଳ ସାମ୍ବାଦିକମାନଙ୍କର ସର୍ବନିମ୍ନ ମୌଳିକ ସମସ୍ୟା ଦିଗରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ପାଇଁ ସଂଘ ପକ୍ଷରୁ ଦିର୍ଦ୍ଧାରଣ ନିଆଯାଇଥିଲା ଏହି ଉତ୍ସବରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଯୁବ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ, ବୈଦ୍ୟୁତିକ ଗଣମାଧ୍ୟମର ରାଧାମାଧବ ମିଶ୍ର, ବିଶିଷ୍ଟ ସାପ୍ତାହିକ ସମ୍ପାଦକ ଜଗନ୍ନାଥ ଖୁଣ୍ଟିଆ, ବିଶିଷ୍ଟ ଲେଖକ ଛନ୍ଦା ମିଶ୍ର, ଶ୍ରେଷ୍ଠ ଫଟୋଗ୍ରାଫର ପିୟୂଷ ମହାନ୍ତି ପ୍ରମୁଖଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଉପସଭାପତି ସୁରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସଂଘର ବହୁ ପ୍ରତିନିଧି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ