ସାମ୍ବାଦିକମାନଙ୍କ ପାଇଁ ବାହାରିଲେ କିନ୍ନର

ଭୁବନେଶ୍ୱର,: ଆଇନ୍ ତା ବାଟରେ ଯାଉଛି କହୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଂସଦ ଅନୁଭବ ମହାନ୍ତି ଓଟିଭିର ସାମ୍ବାଦିକଙ୍କୁ ଅପମାନିତ ଓ କଟକରେ ଜଣେ ମହିଳା ସାମ୍ବାଦିକଙ୍କୁ ଯେଉଁଭଳି ଭାବରେ ଦୁର୍ବ୍ୟବହାର କରି, ତାଳି ମାରି, ଧକା ମାରି ଥଟ୍ଟା ଅଟ୍ଟହାସ୍ୟ କଲେ ତାହା ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅପମାନ ଯାହାକି ମାନ୍ୟବର ସାଂସଦ ଏପରି କରିବାର ନଥିଲା । ଏହାର ପ୍ରତିବାଦରେ ସାମ୍ବାଦିକ ସଂଘ, ବିଭିନ୍ନ ପ୍ରକାର ସାମାଜିକ ସଂଗଠନ ସମୂହ ସାଂସଦଙ୍କ ଗିରଫଦାରୀ ଦାବି କରିଥିଲେ ଏବଂ ଓଟିଭି ସାମ୍ବାଦିକ ଓ କଟକର ମହିଳା ସାମ୍ବାଦିକ ସାଂସଦଙ୍କ ବିରୋଧରେ ଦେଇଥିବା ଏଫ୍ଆଇଆର ବଳରେ ଗିରଫ ନ କରିବା ପ୍ରତିବାଦରେ ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ନେତୃତ୍ୱରେ ଶହ ଶହ କିନ୍ନର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକାଠି ହୋଇ ସାଂସଦ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହ ସାମ୍ବାଦିକ ସୁରକ୍ଷା ବିଲ୍, ସାମ୍ବାଦିକମାନଙ୍କୁ ଅପାମନିତ କରୁଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ଭଳି ବିଭନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ଏତଦ୍ବ୍ୟତୀତ ଯଦି ରାଜ୍ୟ ସରକାର କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଗିରଫ ନକରନ୍ତି, ତେବେ ବାଧ୍ୟ ହୋଇ ସାଂସଦଙ୍କ କଟକସ୍ଥିତ ବାସଭବନ ଓ ଦିଲ୍ଲୀ ବାସଭବନ ଆଗରେ ଶହ ଶହ କିନ୍ନର ବିକ୍ଷୋଭ କରିବେ ବୋଲି ଟ୍ରଷ୍ଟର ବବି କିନ୍ନର, ବାଲୁଗାଁର ପୁନମ କିନ୍ନର, ଛତ୍ରପୁରର ରାଜଶ୍ରୀ କିନ୍ନର, ସୋନମ କିନ୍ନର, ଅନୁଷ୍କା କିନ୍ନର, ରୀନା କିନ୍ନର, ମମତା କିନ୍ନର ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ