ସାମ୍ବାଦିକ ଅରନ୍ଦିମ ଦାସଙ୍କ ଅକାଳ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସାମ୍ବାଦିକ ଅରନ୍ଦିମ ଦାସଙ୍କ ଅକାଳ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକମାନଙ୍କ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସହରର କଟକିଆ ସାହି ଠାରେ ଥିବା କବିଚନ୍ଦ୍ର ପାଠାଗାର ଠାରେ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କ୍ୟାଣ୍ଡେଲ ଜାଳି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସ୍ୱର୍ଗତ ଅରନ୍ଦିମ ନିଜର କର୍ତବ୍ୟକୁ ପ୍ରାଧାନ୍ୟ ଦେଇ ଖବର ପରିବେଶଣ କରି ନିଜର ଜୀବନ ଦେଇଥିଲେ ବୋଲି କହିବା ସହ ତାଙ୍କର ସ୍ମୃତିଚାରଣ କରି ଶୋକ ପ୍ରକଟ କରିଥିଲେ । ଏହି ଶୋକ ସଭାରେ ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ