ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ବାଲେଶ୍ୱରରେ ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା) : ସମ୍ବାଦ ସଂଗ୍ରହ ବେଳେ ମହାନଦୀର ମୁଣ୍ଡଳି ବ୍ୟାରେଜ ଦୁର୍ଘଟଣାରେ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବାଲେଶ୍ୱରର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଏକ ଶୋକସଭା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରଂଜନ ବାଗ ଏଥିରେ ପୌରୋହିତ୍ୟ କରିଥିଲେ । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଦେବବ୍ରତ ପାଣିଗ୍ରାହୀ, ଶିବଦାସ କୁଣ୍ଡୁ, ରତିକାନ୍ତ ପାତ୍ର, ମୃତ୍ୟୁଞ୍ଜୟ ପଟ୍ଟନାୟକ, ବ୍ରହ୍ମାନନ୍ଦ ସ୍ୱାଇଁ, ଅଶୁତୋଷ ମଲ୍ଲିକ, ରମଣୀ ରଂଜନ ଦାସ, ଉବାଚକ ମହାନ୍ତି, ମାନସ ରଂଜନ ବିଶ୍ୱାଳ, ଅଜିତ କୁମାର ମହାନ୍ତି, ତୃପ୍ତି ପାଢ଼ୀ, ଅଧୀପ ଜେନା, ରଣଜିତ ପାକଳ, ଗୟାଧର କର ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବିଶେଷ କରି ସାମ୍ବାଦିକମାନେ କାର୍ଯ୍ୟରତ ବେଳେ ନିଜର ଜୀବନ ରକ୍ଷା ବାବଦରେ ସର୍ବଦା ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ସେମାନେ କହିଥିଲେ । ଏହି ଅବସରରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା କରି ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ତାଙ୍କ ପରିବାର ବର୍ଗଙ୍କୁ ଏ ବିପଦ ବେଳେ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ । ଏଥି ସହିତ ସ୍ୱର୍ଗତ ଦାସଙ୍କ ପରିବାରକୁ ସରକାର ଅତିକମରେ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ ପାଇଁ ଶୋକ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସାମ୍ବାଦିକ ଗୋବିନ୍ଦ ରାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅରୂପ ନାରାୟଣ ମହାନ୍ତି, ଭବାନୀ ଶଙ୍କର ବେହେରା, ଶେଖ ନଜିମ, ତପନ କୁମାର ଦାସ, ମନୋରଂଜନ ପ୍ରଧାନ ପ୍ରମୁଖଙ୍କ ସମେତ ବାଲେଶ୍ୱରରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ବହୁ ସାମ୍ବାଦିକ, ଭିଡିଓ ଏବଂ ଫଟୋ ସାମ୍ବାଦିକ ଏହି ଶୋକ ସଭାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ