ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ପୁରିଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ନିମାପଡାତା, (ସନ୍ତୋଷଦାଶ) : ଓଟିଭି ର ବରିଷ୍ଠ ତଥା ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଉତ୍କଳ ସାମ୍ବାଦିକ ସଙ୍ଘ, ଓଡିଶା ସହବନ୍ଧିତ ପୁରିଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏକ ଶୋକ ସଭା ସଙ୍ଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଅରିନ୍ଦମ ଜଣେ ସାହସୀ, ମେଳାପୀ ତଥା ଜଣେ ନିର୍ଭୀକ ସାମ୍ବାଦିକ ଭାବେ ସାରା ଓଡ଼ିଶାରେ ପରିଚିତ ଥିଲେ। ତାଙ୍କ ମୃତ୍ୟରେ ସାମ୍ବାଦିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି । ସଙ୍ଘ ର ଉପସଭାପତି କମଳ ଲୋଚନ ଦୀକ୍ଷିତ।ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ର ଉପସଭାପତି ସଞ୍ଜୟ ପତି, କାର୍ଯ୍ୟକାରୀ କମିଟି ସଭ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ସଂଗଠନ ସମ୍ପାଦକ ଆଦିତ୍ୟ ରାଉତ, ସାଂସ୍କୃତିକ ସମ୍ପାଦକ ସମୀର କୁମାର କର, ସନ୍ତୋଷ ଦାଶ,ଭାଗବତ ସ୍ୱାଇଁ, ପ୍ରଶାନ୍ତ ଜେନା, ପ୍ରଦୀପ ପଣ୍ଡାପ୍ରମୁଖ ଯୋଗଦେଇ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ