ସାମ୍ବାଦିକ ଅରିନ୍ଦିମ ଦାସଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା ସହ ଶୋକସଭା ଆୟୋଜିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ପଞ୍ଚାୟତ ସମ୍ମୁଖରେ ଥିବା ସଭା ଗୃହରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ର ସୀତାରାମ ମୁର୍ମୁ ଙ୍କ ମୃତ୍ୟୁକୁ ନେଇ ରାଇକିଆ ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋକ ସଭାରେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାଶ ଓ ସୁବାଷ ଚନ୍ଦ୍ର ମହାରଣା ଙ୍କ ସମେତ,ପ୍ରତାପ ଦିଗାଲ, ରଜତ ନାୟକ, କିଶୋର ସାହୁ, ମନୋଜ ନାୟକ, ପ୍ରଭାତ ନନ୍ଦ, ବିକ୍ରମ ନାୟକ ଓ , ସୁଶାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ରହି ଦୁଇ ମିନିଟ ନିରବ ପ୍ରାର୍ଥନା କରି ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଅରିନ୍ଦମଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ କ୍ୟାଣ୍ଡେଲ ଜଳାଇ ଅମର ଆତ୍ମାର ସଦଗତି କାମନା କରିଥିଲେ।ସ୍ୱର୍ଗତ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ଦାବୀ କରିଥିଲେ।


