ସାମ୍ବାଦିକ ଆକ୍ରମଣ ଘଟଣାରେ ସମ୍ମିଳିତ କର୍ମଜୀବୀ ସମ୍ବାଦିକ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି ।

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଯଦୁପୁର ଠାରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ମିଳିତ କର୍ମଜୀବୀ ସମ୍ବାଦିକ ସଂଘ ପକ୍ଷରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଖଵର ଜାଣିଲା ପରେ ଆଜି ସଂଘ ର ରାଜ୍ୟ ସଭାପତି ସରୋଜ ରଂଜନ ପଟ୍ଟନାୟକ, ସାଧାରଣ ସଂପାଦକ, ରଜନୀକାନ୍ତ ସାମନ୍ତରାୟ, ଉପସଭାପତି ନ଼ପକିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ନିତ୍ୟ ନିରଜଂନ ପଣ୍ଡଙ୍କ ନେତୃତ୍ୱରେ ଏକଵୈଠକ ଵସି ପ୍ରସ୍ତାଵ ନିଆଗଲା କି ଆକ୍ରମଣର ଶିକାର ହୋଇଥିବା ନନ୍ଦିଘୋଷ ଟିଭିର ସାମ୍ବାଦିକ ମାନଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଉ। କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହୋଇଥିବା ଏହି ସଂଘବଦ୍ଧ ଆକ୍ରମଣ ଘଟଣାରେ ପ୍ରତେକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।ଏହି ଅବସରରେ ସମ୍ବାଦିକ ମାନଙ୍କ ଉପରେ ହେଉଥିବା ଘନଘନ ଆକ୍ରମଣ ଘଟଣା କୁ ଦୃଷ୍ଟିରେ ରଖି ,ସରକାର ଯଥାଶୀଘ୍ର ସୁରକ୍ଷା ଆଇନ ପ୍ରଣୟନ କରିଵାପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ