ସାମ୍ବାଦିକ କୃପାସିନ୍ଧୁ ପଣ୍ଡାଙ୍କ ଦ୍ୱାଦଶ ଦିବସରେ ସ୍ମୃତି ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) : ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ କ୍ଲବର ସଦସ୍ୟ, ଶିକ୍ଷାବିତ୍ ଓ ସାହିତ୍ୟିକ, କବି ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ଦ୍ୱାଦଶ ଦିବସ ଅବସରରେ ଗୌରୀଶଙ୍କର କଲ୍ୟାଣ ମଣ୍ଡପ ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ପ୍ରେସ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ, ଶିକ୍ଷାବିତ୍‌, ଆଇନଜିବୀ,ସାମାଜିକ କର୍ମୀ ଓ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ,ବରିଷ୍ଠ ଶିକ୍ଷାବିତ୍ ନିରଞ୍ଜନ ତ୍ରିପାଠୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଜୁପିଟର ଅନୁଷ୍ଠାନର ମୁଖ୍ୟ ସୁଧିର କୁମାର ସାହୁ, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ,ଯୁବ ବିଜେଡ଼ି ନେତା କାହ୍ନୁ ଚରଣ ବେହେରା, ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡା,କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, କାଉନସିଲର ଦେବାଶିଷ ମିଶ୍ର,ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ସଭାପତି ପ୍ରଶାନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ପାଢୀ, ଉପସଭାପତି ସୁଧିର କୁମାର ନାହାକ ଓ ଦିଲ୍ଲିପ କୁମାର ସାମଲ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଯୁବ ସାମ୍ବାଦିକ କେ. ସତ୍ୟ ନାରାୟଣ ରେଡ୍ଡୀ, ଖିରୋଦ ଚନ୍ଦ୍ର ସାହୁ, କ୍ଷେତ୍ରବାସୀ ସାହୁ, ସନ୍ତୋଷ କୁମାର ମିଶ୍ର,ଅଶୋକ ରଥ, ସନ୍ତୋଷ କୁମାର ସାହୁଙ୍କ ସମେତ ବହୁ ଗଣମାଧ୍ୟମ ବ୍ୟକ୍ତି, ସ୍ୱର୍ଗତ କୃପାସିନ୍ଦୂ ପଣ୍ଡାଙ୍କ ପରିବାର ବର୍ଗଙ୍କ ସମେତ ଆଖପାଖ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସମସ୍ତେ ସ୍ୱର୍ଗତ ପଣ୍ଡାଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ