ସାମ୍ବାଦିକ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ୱେବଟିଭି ଦ୍ୱାରା ସାମ୍ବାଦିକତାକୁ ଆୟୁଧ କରୀ ରେଳ ବିଭାଗରେ ଚାକିରୀ କରାଇଦେବା ନାମରେ ୬୦ହଜାର ଟଙ୍କା ଠକିନେଇଥିବା ଜଣେ ନକଲି ସାମ୍ବାଦିକକୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲାର ପୋଲିସ ଏକ ଠକେଇ ମାମଲାରେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି । ଅଭିଯୁକ୍ତ ସାହୁ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଗୁରାଣ୍ଡି ଅଞ୍ଚଳର ସୁବ୍ରତ କୁମାର ପାତ୍ରଙ୍କୁ ରେଳ ବିଭାଗରେ ଚାକିରି କରାଇ ଦେବେ ବୋଲି କହି ୬୦ ହଜାର ଟଙ୍କା ନେଇଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ଅଭିଯୁକ୍ତ କୃଷ୍ଣ ସାହୁକୁ ଗିରଫ କରିଥିଲେ । ଏନେଇ ପାରଳାଖେମୁଣ୍ଡି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନିରେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୀତାରାମ ଶତପଥୀ ଅଭିଯୁକ୍ତ ନାମରେ ଏପରି ଏକ ଠକେଇ ଅଭିଯୋଗ ରାୟଗଡ ଜିଲ୍ଲାର ପଦ୍ମପୁର ଥାନାରେ ମଧ୍ୟ ଥିବା କହିଛନ୍ତି । ତେବେ ଏହି ଠକେଇରେ ଆଉ କିଏ ସାମିଲ ଅଛି ତାହାର ତଦନ୍ତ ଯାରୀ ରହିଛି ବୋଲି କହିଛନ୍ତି । ଅଭିଯୁକ୍ତ ନିଜେ ଏକ ୱେବଟିଭି ଖୋଲି ବେଶ କିଛି ଦିନ ହେଲା ସାମ୍ବାଦିକତା କରୁଥିଲେ । ତେବେ ବାବୁ କେବେ କୌଣସି ପ୍ରେସ ମିଟରେ କିମ୍ବା ସେ ପ୍ରଶାସନର ହେଉ କି ପୋଲିସର ଏପରିକି ରାଜନେତା,ଜନସାଧାରଣଙ୍କ ପ୍ରେସମିଟରେ ଦେଖାମିଳୁନଥିଲା କେବଳ ଏତିକିରେ ନୁହେଁ ବାବୁ ଜଣକ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମରୁ ଆସି ଗତ କିଛି ବର୍ଷ ହେଲା ବିଭିନ୍ନ ପ୍ରକାର ୱେବଟିଭି କେତେବେଳେ ରିପୋର୍ଟର,କେତେବେଳେ ଜୋନାଲ ହେଡ ଆଉ କେତେବେଳେ ଅଧ୍ୟକ୍ଷର ପରିଚୟ ଦେଉଥିଲେ । କେବଳ ସାମ୍ବାଦିକ ଅସ୍ତ୍ର ନୁହେଁ ନିଜେ ଗୋଟିଏ ସୂଚନା ଅଧିକାର କାର୍ଯ୍ୟାଳୟ ଖୋଲି ମୁଖ୍ୟ ଭାବେ ପରିଚୟ ଦେଉଥିଲେ । କେବେ ସରକାରୀ ବାବୁ ତ ଆଉ କବେ ବଭିନ୍ନ ଅନୁଷ୍ଠାନକୁ ନିଜେ ବଭିନ୍ନ ଲୋକଙ୍କ ପରିଚୟ ପତ୍ରରେ ସୂଚନା ମାଗି ବେଶ ପ୍ରଭାବଶାଳି ହୋଇଥିଲେ । ଗତ କାଲି ବୁଧବାର ପୋଲିସ ଜାଲରେ ପଡିବା ପରେ ପୋଲିସ ଉକ୍ତ ନକଲି ସମ୍ବାଦିକଙ୍କ ବିରୋଧରେ କେସ ନଂ-୧୭୦/୧୯ରୁଜୁକରୀ ଆଇପିସି ଧାରା ୪୧୯,୪୨.୨୯୪,୩୨.୫୦୬ ଲଗାଇ କୋର୍ଟ ଚଲଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ