ସାମ୍ବାଦିକ ଙ୍କ ମାତୃ ବିୟୋଗ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ସାମ୍ବାଦିକ କୃଷ୍ଣ କୁମାର ବେହେରା ଙ୍କ ମା ଧନମନ୍ତି ବେହେରା (୯୪)କିଛିଦିନ ହେବ ଅସୁସ୍ଥ ହୋଇ AIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ,୫ଦିନ ତଳେ ସୁସ୍ଥ ଅନୁଭବ କରିବା ରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନ ଅଣାଯାଇଥିଲା ,ଆଜି ଦିନ ୩ଟା ସମୟରେ ହଟାତ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ,ସେଜଣେ ଧର୍ମ ପରାୟଣ ଥିଲେ । ପାରଳାଖେମୁଣ୍ଡି ସ୍ଥିତ ସମୁଟିଆ ସାହି ରେ ସେ ଦୀର୍ଘ ୮୦ବର୍ଷ ହେବ ରହି ଆସୁଥିଲେ ଓ ତାଙ୍କ ସ୍ୱାମୀ ସ୍ବର୍ଗତ ଭଗବାନ ବେହେରା ମଛ୍ୟ ବିଭାଗ ର ଜଣେ ଆଦର୍ଶ କର୍ମଚାରି ଥିଲେ। ଖବର ପାଇ ସ୍ଥାନୀୟ ଲୋକଙ୍କ ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ବେଳେ ତାଙ୍କ ପାଖରେ ପୁଅ ବହୁ ନାତିନାତୁଣୀ ଉପସ୍ଥିତ ଥିଲେ ।ତାଙ୍କ ଅନ୍ତିମ ସତ୍କାର ପୁରୀ ସ୍ୱର୍ଗଦ୍ଵାର ଠାରେ ହୋଇଥିଲା ।