ସାମ୍ବାଦିକ ଜାକିର ହୁସେନ ଖାଁଙ୍କ ବିୟୋଗରେ ସ୍ମୃତିଚାରଣ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୈନିକ ସମ୍ବାଦପତ୍ର ପ୍ରମେୟର ଡେରାବିଶ ବ୍ଲକ ପ୍ରତିନିଧି ଜାକିର ହୁସେନ ଖାଁଙ୍କ ବିୟୋଗରେ ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ପୈାରହିତ୍ୟରେ ଏକ ସ୍ମୃତିସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସ୍ଥିତ ସାମ୍ବାଦିକମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ମହମବତୀ ପ୍ରଜ୍ଜ୍ୱଳନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଜାକିର ଜଣେ ନିର୍ଭିକ ତଥା ସ୍ୱାଭିମାନୀ ସାମ୍ବିଦିକ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଶିଷ ସେନାପତି, ବିଧୁଭୂଷଣ ମହାପାତ୍ର, ମନୋଜ ସ୍ୱାଇଁ, ରାଧାକାନ୍ତ ମହାନ୍ତି, ଶିବାଶିଷ ମହାନ୍ତି, ଶାନ୍ତନୁ କୁମାର ସାହୁ, ବଳରାମ ବେହେରା, ଆକାଶ ଦାସ, ରଞ୍ଜନ କୁମାର ସାହୁ, ମିହିର ସାମଲ, ମୃତ୍ୟୁଞ୍ଜୟ ପରିଡା, ଅନିରୁଦ୍ଧ ଦାସ, ମାନସ ମଲ୍ଲ ପ୍ରମୁଖ ଯୋଗଦେଇ ଜାକିରଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ବିରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।