ସାମ୍ବାଦିକ ଭିକାରୀ ଚରଣ ରାଉତଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସଙ୍ଘର୍ଷ ନ୍ୟୁଜର ଜିଲ୍ଲା ପ୍ରତିନିଧି ଭିକାରୀ ଚରଣ ରାଉତଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନେ ଏଥିରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଦିବଗଂତ ରାଉତଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଭିକାରୀବାବୁ ଜଣେ ମିଷ୍ଟଭାଷୀ ଓ ମେଳାପି ମଣିଷ ଥିଲେ ବୋଲି ମତ ପ୍ରକାଶ ପାଇଥିଲା । ସାମ୍ବାଦିକ ମାତୃଦତ୍ତ ମହାନ୍ତି,ପ୍ରଶାନ୍ତ ନାୟକ,ଚିତ୍ତରଞ୍ଜନ ଦାସ,ରାଧାକାନ୍ତ ମହାନ୍ତି,ପ୍ରଫୁଲ୍ଲ ସାହୁ,ଲକ୍ଷ୍ମୀକାନ୍ତ ନାୟକ,ମହେଶ ପାଢୀ,ସୁନିଲ ମହାପାତ୍ର,ମନ୍ନଥ ରାଉତ,ପରେଶ ଦାସ,ସୋମନାଥ ସାହୁ,ଉମେଶ ପାଢୀ,ଉମାକାନ୍ତ ଜେନା,ଦିଲ୍ଲିପ ମହାନ୍ତି,ରାଜେନ୍ଦ୍ର ସାହୁ,ସୂର୍ଯ୍ୟନାରାୟଣ ଦାଶ,ରଞ୍ଜନ ସାହୁ,ଉମେଶ ମହାରଣା,ନଗେନ୍ଦ୍ର ଜେନା,ବୀରେନ ଦାସ,ଅଜୟ ଦାସ,ଅମର ବିଶ୍ୱାଳ,ଓ ପୋଲିସ କର୍ମକର୍ତ୍ତା ନରେନ୍ଦ୍ର ନାଥ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିସଭାରେ ସାମାଜିକ କର୍ମୀ,ପୋଲିସ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।