ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣାର ଘୋଷଣା କରିବେ ବିଜେପି ଓ ଶିବସେନା !

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ନେଇ ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିବ । ଆସନ ବୁଝାମଣା ନେଇ ଉଭୟ ପାର୍ଟି ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣାଯାଇଛି । ଏଣୁ ଆଜି ଉଭୟ ଦଳ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହାର ଘାଷଣା କରିବେ ବାଲି ସୂଚନା ମିଳିଛି ।ଆଜି ମୁମ୍ବାଇଠାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହାର ଘାଷଣା କରିବେ ବୋଲି ଜଣାଯାଇଛି । ସେପ୍ଟେମ୍ବର ୨୮ରେ ଶ୍ରାଦ୍ଧ ପକ୍ଷ ସରିବାପରେ ଆଜି ଏହି ଘୋଷଣା କରାଯିବ, କାରଣ କୌଣସି ନୂଆ କାମ ବଡ଼ ନିଷ୍ପତ୍ତିର ଘୋଷଣା ଲାଗି ଶ୍ରାଦ୍ଧ ପକ୍ଷ ସମୟ ଉପଯୁକ୍ତ ନୁହେଁ ବୋଲି ବିଶ୍ୱାସ ରହିଛି ।ମିଳିଥିବା ସୂଚନା ଅନୁସାରେ ଶିବସେନା ୧୨୬ଟି ଆସନରେ ଏବଂ ବିଜେପି ୧୪୪ଟି ଆସନରେ ନିର୍ବାଚନ ଲଢ଼ିବ । ଅନ୍ୟ ୧୮ଟି ଆସନ ସହଯୋଗୀ ଦଳକୁ ଦିଆଯାଇଛି ।ଏହା ସହିତ ଶିବସେନା ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବକୁ ବି ସ୍ୱୀକାର କରିଥିବା କୁହାଯାଉଛି ।ସୂଚନାଯୋଗ୍ୟ ଗତ ୨୦୧୪ ବିଧାନସଭା ନିର୍ବାଚନରେ ଶିବସେନା ଓ ବିଜେପି ଅଲଗା ନିର୍ବାଚନ ଲଢିଥିଲେ । ଅନ୍ୟପଟେ କଂଗ୍ରେସ ଓ ଏନସିପି ମଧ୍ୟ ଏକା ଏକା ନିର୍ବାଚନ ଲଢିଥିଲେ । ବିଜେପି ସବୁଠୁ ବଡ଼ ଦଳ ରୂପେ ଆର୍ବିଭାବ ହୋଇଥିଲା ଏବଂ ମୋଟ୍ ୧୨୨ଟି ଆସନ ଜିତିଥିଲା । ଦ୍ୱିତୀୟରେ ଥିବା ଶିବସେନା ୬୩ଟି ଆସନରେ ବିଜୟୀ ହୋଇଥିଲା ।ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ଅକ୍ଟୋବର ୨୪ରେ ଘୋଷିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ