ସାମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ କୋଣାର୍କ ଉତ୍ସବ ଅଧାରୁ ବନ୍ଦ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ସାମ୍ଭାବ୍ୟ ବାତ୍ୟା ଜୱାଦ ପୁରୀ ଜିଲ୍ଲାରେ ସ୍ଥଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଓ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କ କରାଯିବା ପରେ ୫ଦିନିଆ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ବାତିଲ କରାଯାଇଛି । ଖବରରୁ ପ୍ରକାଶ ଯେ ସାମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାପାଳ କୋଣାର୍କ ଉତ୍ସବ ବାତିଲ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କୁ ପଚାରିବାରେ ସେ କୁହନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାମ୍ଭାବ୍ୟ ବାତ୍ୟା ଜୱାଦ କୁ ଦୃଷ୍ଟିରେ ରଖି କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ଅଧାରୁ ବନ୍ଦ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।


