ସାମ୍ସଙ୍ଗ ଏହାର ଗ୍ରାହକମାନଙ୍କୁ ସ୍ୱତନ୍ତ୍ର କେ-ଡ୍ରାମା ସିରିଜ୍ ଓ ଟପ୍ ଆର୍ଟିଷ୍ଟଙ୍କର ୭୫୦ କେ ରୁ ଅଦିକ ପପ୍ ଭିଡିଓ  ଉପସ୍ଥାପନା କରିଛି

ସାମ୍ସଙ୍ଗ ଏହାର ଗ୍ରାହକମାନଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତିକୁ ପୁରଣ କରିବା ପାଇଁ, ସାମ୍ସଙ୍ଗ ଇଣ୍ଡିଆ ଆଜି ଅନେକ ଲୋକପ୍ରିୟ କୋରିଆନ୍ କଂଟେଂଟ୍କୁ ଏହାର ‘ମାଇଁ ଗାଲାକ୍ସି’ ଆପ୍ରେ ଆରମ୍ଭ କରିଛି ଯାହାକି ସାମ୍ସଙ୍ଗ ୟୁଜରମାନଙ୍କ ପାଇଁ ଏକ ଏଂଟରଟେନ୍ମେଂଟ ହବ୍ ଅଟେ ।
ଇଂଟରନାସ୍ନାଲ୍ ବ୍ଲକ୍ବଷ୍ଟର କେ-ଡ୍ରାମା ଟାଇଟେଲନ୍ସ ଯଥା ଜଗଲର୍ସ, କୁଇନ୍ ଫର୍ ସେଭେନ୍ ଡେଜ୍ ଓ ମ୍ୟାନ୍ହୋଲ୍ ବର୍ତମାନ ଭାରତରେ ସାମ୍ସଙ୍ଗ ୟୁଜରମାନଙ୍କ ପାଇଁ କେବଳ ‘ମାଇଁ ଗାଲାକ୍ସି’ ଆପ୍ରେ ଉପଲବ୍ଧ ହେବ ଯାହାକି କେବିଏସ୍ ମିଡିଆରେ ପାର୍ଟନରସିପ୍ରେ କରାଯିବ କେବଳ ଏତିକି ନୁହେଁ, ସାମ୍ସଙ୍ଗ ଗ୍ରାହକମାନେ ମଧ୍ୟ ଟପ୍ ଆର୍ଟିଷ୍ଟଙ୍କର ୭୫୦ କେ-ପପ୍ ମ୍ୟୁଜିକ୍ ଭିଡିଓ ଓ ଲୋକପ୍ରିୟ ବ୍ୟାଣ୍ଡ ଯଥା ବିଟିଏସ୍, ଇଏକ୍ସଓ, ବିଟିଓବି ମୋନ୍ଷ୍ଟା- ଏକ୍ସ ଗୁଡ଼ିକ ମଧ୍ୟ ପାଇପାରିବେ ।
“ସାରା ବିଶ୍ୱରେ କେ-ପପ୍ ଓ କେ-ଡ୍ରାମାର ଲୋକପ୍ରିୟତା ବୃଦ୍ଧି ପାଉଛି । ଏପରିକି ଭାରତରେ ମଧ୍ୟ, କୋରିଆନ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ଧୀରେ ଧୀରେ ବୃଦ୍ଧି ପାଉଛି । ଭାରତୀୟମାନଙ୍କର ଏହି ବୃଦ୍ଧିପ୍ରାପ୍ତ ଏଂଟରଟେନ୍ମେଂଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଆମର ‘ମାଇଁ ଗାଲାକ୍ସି’ ଆପ୍ରେ କେ-କଂଟେଂଟକୁ ଆଣିଅଛୁ । ଆମେ ଆଶା କରୁଛୁ ଯେ ଏହି ପ୍ରସିଦ୍ଧ କେ-କଂଟେଂଟ ଆମର ଯୁବ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ” ବୋଲି ଭାରତୀୟମାନଙ୍କ ମଧ୍ୟରେ କୋରିଆନ୍ କଂଟେଂଟର ବୃଦ୍ଧିପ୍ରାପ୍ତ ଚାହିଦା ସମ୍ପର୍କରେ ମତାମତ ପ୍ରଦାନ କରି କହିଛନ୍ତି ପ୍ରମୋଦ ମୁନ୍ଦ୍ରା, ସିନିୟର ଡାଇରେକ୍ଟର, ସାମ୍ସଙ୍ଗ ଇଣ୍ଡିଆ ।
କେ-ପପ୍ ଓ କେ-ଡ୍ରାମା ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି । ଏପରିକି ଭାରତରେ ମଧ୍ୟ କୋରିଆନ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ବୃଦ୍ଧି ପାଉଛି ବିଶେଷ କରି ଭାରତୀୟମାନଙ୍କ ମଧ୍ୟରେ । ବିଶେଷ କରି ୧୮-୨୪ ବର୍ଷର ଯୁବ ବର୍ଗଙ୍କ ମଧ୍ୟରେ ସାରା ମେଟ୍ରୋ ସହର ଓ ଟାୟାର ୧ ସହରମାନଙ୍କରେ ଏହି ଆଗ୍ରହ ବୃଦ୍ଧି ପାଉଥିବା ଦେଖାଯାଉଛି । ବୃଦ୍ଧିପ୍ରାପ୍ତ ଚାହିଦା ଆବଶ୍ୟକତାକୁ ଦୃଷ୍ଟିରେ ରକି ‘ମାଇଁ ଗାଲାକ୍ସି’ ଆପ୍ ଏହାର ସାମ୍ସଙ୍ଗ ଗ୍ରାହକମାନଙ୍କୁ ଭାରତରେ ସ୍ୱତନ୍ତ୍ର କଂଟେଂଟ ପ୍ରଦାନ କରିବା ଜାରି ରଖିଛି ।
‘ମାଇଁ ଗାଲାକ୍ସି’ ଆପ୍ରେ ରହିଥିବା କୋରିଆନ୍ କଂଟେଂଟ ଗୁଡ଼ିକରେ ଅନ୍ତର୍ଭୁକ୍ତ ରହିଛି :
ଜଗ୍ଲର୍ସ – ଏକ ରୋମ୍-କମ୍ ଡ୍ରାମା । ଏହା ସେକ୍ରୋଟାରୀ ଓ ତାଙ୍କର ବସ୍ଙ୍କ ମଧ୍ୟରେ ଏକ କାହାଣୀ ଓ ଏହା କିପରି ଏକ ରୋଚକ ସ୍ଥିତିରେ ପହଂଚିଛି ତାହାକୁ ପ୍ରଦର୍ଶିତ କରାଯାଇଛି ।
କୁଇନ୍ ଫର୍ ୭ ଡେଜ୍ – ଏକ ଐଚ୍ଛିହାସିକ ଡ୍ରାମା, ଏଥିରେ ଜଣେ ରାଣୀଙ୍କର କାହାଣୀ ବିଷୟରେ ବର୍ଣ୍ଣନା କରାଯାଇଛି ଯିଏକି ସାତ ଦିନ ପାଇଁ ମୁକୁଟ ଧାରଣ କରିଥିଲେ ଓ ରାଜା ଲି ୟକ୍ ଓ ଲି ୟଙ୍ଗ୍ଙ୍କ ସହିତ ତାଙ୍କର ପ୍ରେମ କାହାଣୀ ଏଥିରେ ପ୍ରଦର୍ଶିତ କରାଯାଇଛି ।
ମ୍ୟାନ୍ହୋଲ୍ – କୋରିଆନ୍ ଡ୍ରାମା ଯେଉଁଥିରେ ପିଲ୍ଙ୍କର ଯାତ୍ରାକୁ ଦର୍ଶାଯାଇଛି । ପ୍ରମୁଖ ଅଭିନେତା ୨୮ ବର୍ଷର ତାଙ୍କର ପ୍ରେମିକାକୁ ବାହା ହେବାକୁ ପ୍ରତିହତ କରିବା ପାଇଁ ସମୟ ଯାତ୍ରା କରୁଥିବାର ଏଥିରେ ଦର୍ଶାଯାଇଛି ।
କେ-ପପ୍ – ଟପ୍ ଆର୍ଟିଷ୍ଟଙ୍କର ପ୍ରସିଦ୍ଧ ମ୍ୟୁଜିକ୍ ଭିଡିଓ ଯଥା ବିଟିଏସ୍, ଇଏକ୍ସଓ, ବିଟିଓବି, ମୋନ୍ଷ୍ଟା-ଏକ୍ସ ଓ ୭୫୦ ରୁ ଅଧିକ ଗୀତ (୪୫ ଘଂଟାରୁ ଅଧିକ କଂଟେଂଟ)
ଡ୍ରାମା ସିରିଜ୍କୁ ଦେଖିବା ପାଇଁ ଓ ମ୍ୟୁଜିକ୍ ବ୍ୟାଙ୍କକୁ ଆକ୍ସେସ୍ କରିବା ପାଇଁ ‘ମାଇଁ ଗାଲାକ୍ସି’ ଆପ୍କୁ (www.tinyurl.com/hvfdx2d) ରୁ ଡାଉନ୍ଲୋଡ୍ କରାଯିବା ଆବଶ୍ୟକ ।
କେ-କଂଟେଟ୍ ବ୍ୟତୀତ ‘ମାଇଁ ଗାଲାକ୍ସି’ ଆପ୍ ପ୍ରଦାନ କରିଥାଏ ଅଲ-ଇନ୍-ୱାନ ଅନୁଭୂତି ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଭିଡିଓ, ମ୍ୟୁଜିକ୍, ଗେମ୍ସ, ନ୍ୟୁଜ୍ ଓ ପର୍ସୋନାଲାଇଜ୍ଡ ଅଫର ଓ ଅପ୍ଡେଟ୍ସ । ବର୍ତମାନ ଭାରତରେ ୨୦ ମିଲିୟନ୍ରୁ ଅଧିକ ‘ମାଇଁ ଗାଲାକ୍ସି’ ଆପ୍ ୟୁଜର ରହିଛନ୍ତି ।
ସାମସଙ୍ଗ ଇଲେକ୍ଟ୍ରୋନିକ୍ସ କୋ.ଲି. ସମ୍ବନ୍ଧରେ
ସାମ୍ସଙ୍ଗ ପୃଥିବୀର ଟିଭି, ସ୍ମାର୍ଟଫୋନ୍, ୱିରବଲ୍ ଡିଭାଇସ୍, ଟାବ୍ଲେଟ୍, ଡିଜିଟାଲ୍ ଆପ୍ଲିଆନ୍ସେସ୍, ନେଟ୍ୱର୍କ ସିଷ୍ଟମ ଓ ମେମୋରି, ସିଷ୍ଟମ ଏଲ୍ଏସ୍ଆଇ, ଫାଉଣ୍ଡରି ଓ ଏଲ୍ଇଡି ସଲ୍ୟୁସନରେ ଅନେକ ଉଲ୍ଲେଖନୀୟ ପରିବର୍ତନ ଆଣିପାରିଛି । ସାମ୍ସଙ୍ଗ ଇଣ୍ଡିଆ ସମ୍ପର୍କରେ ସଦ୍ୟତମ ନ୍ୟୁଜ୍ ଜାଣିବା ପାଇଁ ଦୟାକରି ପରିଦର୍ଶନ କରନ୍ତୁ ସାମ୍ସଙ୍ଗ ଇଣ୍ଡିଆ ନ୍ୟୁଜରୁମ୍ http://news.samsung.com/in । ହିନ୍ଦି ପାଇଁ ଲଗ୍ ଅନ୍ କରନ୍ତୁ ସାମ୍ସଙ୍ଗ ନ୍ୟୁଜରୁମ୍ ଭାରତ https://news.samsung.com/bharatö। ଆପଣ ମଧ୍ୟ ଆମକୁ ଟୁଇଟରରେ ଫଲୋ କରିପାରିବେ ଅଝବଜ୍ଞଗ୍ଦଙ୍କଦ୍ଭଶଘରଙ୍ଗଗ୍ଦଓଘ
କେବିଏସ୍ ମିଡିଆ ସମ୍ବନ୍ଧରେ
କେବିଏସ୍ ମିଡିଆ ହେଉଛି କୋରିଆର ସର୍ବବୃହତ୍ ଗ୍ଲୋବାଲ୍ କଂଟେଂଟ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଓ ଏହା ମଧ୍ୟ କଂଟେଂଟର ଆନ୍ତର୍ଜାତିକ ଓ ଘରୋଇ ରାଇଟ୍, ଭିଡିଓ କଂଟେଂଟର ଡିଷ୍ଟ୍ରିବ୍ୟୁସନ ଓ ଫରେନ୍ କାର୍ଯ୍ୟକ୍ରମର ଆମଦାନୀ ଓ ଡବିଂ କାର୍ଯ୍ୟରେ ସକ୍ରିୟ ଭାବରେ ସଂପୃକ୍ତ ଅଟେ । କେବିଏସ୍ ମିଡିଆ କୋରିଆନ୍ ବ୍ରଡ୍କାଷ୍ଟିଂ ସିଷ୍ଟମ୍ (କେବିଏସ୍) ର ଏକ ଅଂଶ ଅଟେ ଯାହାକି ଦକ୍ଷିଣ କୋରିଆର ନ୍ୟସ୍ନାଲ୍ ପବ୍ଲିକ୍ ବ୍ରଡ୍କାଷ୍ଟର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ