ସାମ୍ୱାଦିକ ରମେଶ ପଣ୍ଡାଙ୍କୁ ଆକ୍ରମଣ, ସବୁ ମହଲରେ ନିନ୍ଦା 

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ପରିସରରେ ଦୈନିକ ସମ୍ବାଦପତ୍ର ସମାଜ ର କାକଟପୁର ପ୍ରତିନିଧି ରମେଶ ପଣ୍ଡା ଙ୍କୁ ଆକ୍ରମଣ ହୋଇଥିବା ଶ୍ରୀପଣ୍ତା କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖବର ସଂଗ୍ରହ ପାଇଁ ଦୈନିକ ସମ୍ବାଦପତ୍ର ସମାଜର ପ୍ରତିନିଧି ରମେଶ ପଣ୍ଡା କାକଟପୁର ବ୍ଲକକୁ ଯାଇଥିଲେ । ଅଭିଯୋଗ ହୋଇଥିବା ଏକ ଦୁର୍ନୀତି ସଂପର୍କ ରେ ଶ୍ରୀଯୁକ୍ତ ପଣ୍ଡା ବ୍ଲକର ଜୈନିକ ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଥିଲେ ସେଠାରେ ଥିବା ୨ଜଣ ଯୁବକ । ଶ୍ରୀଯୁକ୍ତ ପଣ୍ଡାଙ୍କୁ ଉକ୍ତ ୨ଜଣ ଯୁବକ ଯିଏ କି ନିଜକୁ ସାମ୍ବାଦିକ ବୋଲି କୁହନ୍ତି ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବ୍ଲକ୍ ବାହାରକୁ ଆସିଲେ କାଠ ଫାଳିଆରେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏ ସମ୍ପର୍କରେ କାକଟପୁର ଥାନା ରେ ଦଫା ୨୯୪/୫୦୬/୩୪ ଆଇ ପି ସି ରେ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି କାକଟପୁର ଥାନା ଆଇଆଇସି ପ୍ରିୟ ରଂଜନ ନାୟକ । ଏହି ଘଟଣା ସମଗ୍ର କାକଟପୁର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ