ସାରଙ୍ଗ ଷ୍ଟାଡିୟମ ହତ୍ୟା ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ପାଇଁ ନିବେଦନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ସହରର ସାରଙ୍ଗସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ଗତ ୨୦୧୦ମସିହାରେ ହୋଇଥିବା କୃଷ୍ଣ ପ୍ରଧାନ ହତ୍ୟାକାଣ୍ଡ ସମ୍ପର୍କରେ କୈାଣସି ସୂଚନା ଥିଲେ ସେ ସମ୍ପର୍କରେ ଜଣାଇବା ପାଇଁ କେନ୍ଦ୍ରାପଡା ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି । ସୂଚନା ଅନୁଯାଇ ସାରଙ୍ଗର ବିଜୁ ପଟ୍ଟନାୟକ ଷ୍ଟାଡିୟମର ଜଗାରଖା ଦାୟୀତ୍ୱରେ ଥିଲେ ସାରଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ । କୃଷ୍ଣଙ୍କୁ ଗତ ୨୦୧୦ମସିହା ଅପ୍ରେଲମାସ ୧୬ତାରିଖ ରାତିରେ ସେହି ଷ୍ଟାଡିୟମ ପରିସରରେ ରହୁଥିବା ୫ଜଣ ବଙ୍ଗାଳି ଶ୍ରମିକ ହତ୍ୟା କରିଦେଇଥିବା ନେଇ କୃଷ୍ଣଙ୍କ ପତ୍ନୀ ଅପର୍ଣ୍ଣା ପ୍ରଧାନ କେନ୍ଦ୍ରାପଡା ଟାଉନ ଥାନାରେ ଗତ ୧୭.୦୪.୨୦୧୦ମସିହାରେ ଏତଲା ଦେଇଥିଲେ । ସେହି ଅଭିଯୋଗକୁ ଆଧାର କରି ଟାଉନ ଥାନା ପୋଲିସ ୫୧/୨୦୧୦ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଯଦି ଏସମ୍ପର୍କରେ କାହାରି ପାଖରେ କୈାଣସି ସୂଚନା ଥାଏ ତେବେ ଟାଉନ ଥାନା ଅଧିକାରୀଙ୍କ ମୋବାଇଲ ନମ୍ବର-୯୪୩୮୯୧୬୨୬୬, କେନ୍ଦ୍ରାପଡା ଏସଡିପିଓଙ୍କ ମୋବାଇଲ ନମ୍ବର – ୯୪୩୮୯୧୬୪୬୯ କିମ୍ବା ଆରକ୍ଷୀ ଅଧିକ୍ଷକଙ୍କ ମୋବାଇଲ ନମ୍ବର- ୯୪୩୮୯୧୬୨୬୦ ଯୋଗେ ଜଣାଇବାକୁ କେନ୍ଦ୍ରାପଡା ଏସପିଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ