ସାରର ଅଭାବୀ ବିକ୍ରିକୁ ବନ୍ଦ କରିବା ଏବଂ ଉଚିତ୍ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବା ପାଇଁ ବିଜେପିର ଦାବିପତ୍ର

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବିଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣୀ ବିଷୋୟୀଙ୍କ ନେତୃତ୍ଵରେ ଆଜି ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କୁ ସାରର ଅଭାବୀ ବିକ୍ରିକୁ ବନ୍ଦ କରି ଚାଷୀଙ୍କୁ ଉଚିତ୍ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ I ବେଲଗୁଣ୍ଠା ବ୍ଲକ୍ ଓ ଏନଏସିର ବହୁ କର୍ମୀ ଆଜି ବହୁ ଚାଷୀଙ୍କୁ ସାର ମିଳିନଥିବା ଅଭିଯୋଗ କରିଥିଲେ I କରୋନା ମହାମାରୀ ଭଳି ରୋଗକୁ ସାମନା କରିବାକୁ ଯାଇ ସରକାରଙ୍କ ନୀତି ନିୟମକୁ ମାନି ଚାଷୀ ଭାଇମାନେ ବିଭିନ୍ନ ହଇରାଣ ହରକତ ହେବା ସହ ଜୀବନ ଜୀବିକା ସହ ସଂଗ୍ରାମ କରୁଛନ୍ତି I ଚାଷୀଙ୍କୁ ଠିକ୍ ସମୟରେ ଆବଶ୍ୟକ ସାର ମିଳୁ ନଥିବାରୁ ଚାଷୀ ମାନେ ବିଭିନ୍ନ ଦଲାଲଙ୍କ ଠାରୁ ୪୫୦ ରୁ ୬୦୦ ଟଙ୍କାରେ ସାର ବସ୍ତା କିଣିବା ସହ ଦିନ ତମାମ ଧାଡିରେ ଛିଡା ହୋଇ ସାର ନ ପାଇ ନିରାଶ ହୋଇ ଫେରୁଥିବା ଲକ୍ଷ୍ୟ କରାଯାଉଛି I ଏଣୁ ଭାରତୀୟ ଜନତା ପାର୍ଟି ତରଫରୁ ଏହାର ସମାଧାନ ପାଇଁ ପ୍ରଶାସନକୁ ନିବେଦନ କରାଯାଇଥିବା ଦାବି ପତ୍ରରେ ଉଲ୍ଲେଖ ରହିଛି I ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି କେ ରବିନ୍ଦ୍ର କୁମାର ପାତ୍ର, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପିଙ୍କି ପରିଡ଼ା , ନାଟଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ,ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ପୋଲାଇ, ଯୁବ ନେତା ରଞ୍ଜନ କୁମାର ରାଉତ, ସନ୍ତୋଷ କୁମାର ମଲ୍ଲ, ଚିନ୍ତାମଣି ସ୍ଵାଇଁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ