ସାରଳାରୋଡ଼ ରେ ଆଦିକବି ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଜଗତସିଂହପୁର ଜିଲ୍ଲାର କଟକ ପାରାଦ୍ୱୀପ ରାଜପଥ ତେନ୍ତୁଳିପଦା ସାରଳା ରୋଡ଼ ଦୋସଡିକ ଛକ ଠାରେ ସୋମବାରଦିନ ପୂର୍ବାହ୍ନ ରେ ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ର ଉନ୍ମୋଚନ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି !ସାରଳାଦାସ ସ୍ମୃତି ସଂସଦ ଓଡିଶା ଓ ସାରଳା ଦାସ ପ୍ରତିମୂର୍ତ୍ତି ନିର୍ମାଣ କମିଟି ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାରଳାଦାସ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ପ୍ରତିମୂର୍ତ୍ତିନିର୍ମାଣ କମିଟି ର ସଭାପତି ସୁରେଶ ଚନ୍ଦ୍ର ମହାନ୍ତି ସଭାପତିତ୍ବ କରିଥିଲେ ଓଡିଶାସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ସାତକୋଡ଼ି ହୋତା ଉଦଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟଅତିଥି ଭାବେ ଲୋକସେବକମଣ୍ଡଳ ଓଡିଶା ଶାଖା ର ଅଧ୍ୟକ୍ଷ ନିରଞ୍ଜନ ରଥ କହିଲେଯେ, ସାରଳାଦାସ ଙ୍କ ପାଇଁ ଓଡ଼ିଆଜାତି ଓ ଓଡ଼ିଆଭାଷା ଆଜି ସମଗ୍ରବିଶ୍ୱରେ ତାର ସ୍ୱତନ୍ତ୍ର ଗାରିମାମୟ ପରିଚୟ ସୃଷ୍ଟିକରିପାରିଛି , ବିଶିଷ୍ଟସାହିତ୍ୟିକ ରମାକାନ୍ତ ମିଶ୍ର, ଅତିଥିପରିଚୟ ଓ ସ୍ୱାଗତଭାଷଣ ଦେଇଥିବାବେଳେ ମୁଖ୍ୟବକ୍ତା ଏମସ ର ପ୍ରାକ୍ତନ ନିର୍ଦେଶକ ଡ ଅଶୋକକୁମାର ମହାପାତ୍ର ଓ ସମ୍ମାନିତଅତିଥିଭାବେ ସୀତାବଲ୍ଲଭ ମହାପାତ୍ର, ପର୍ଶୁରାମ ଦିବେଦୀ , ଅଭିନନ୍ଦନିକା ପ୍ରଦୀପ୍ତ କୁମାର ବିଶ୍ୱାଳ ପ୍ରମୁଖ ସରଳଦାସ ଙ୍କ ସାରସ୍ୱତସାଧନା ଓ କାଳଜୟୀ କୃତିତ୍ୱ ଉପରେ ଆଲୋଚନା କରି , ଆଗାମୀଦିନରେ ରାଜ୍ୟର ସବୁଜିଲ୍ଲାରେ ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାନିମନ୍ତେ କମିଟି ଲକ୍ଷ୍ୟଧାର୍ଯ୍ୟ କରିଛି ବୋଲି ଘୋଷଣା କରିଥିଲେ ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାରଳାସର୍ଜନା ୨୦୨୨ ଓ ସାରଳାପାଞ୍ଜି ୨୦୨୩ କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ତେବେ ଏହି କାର୍ଯ୍ୟକ୍ରମ ଆରମ୍ଭପୂର୍ବରୁ ଝଙ୍କଡ଼ ସାହିତ୍ୟ ସଂସଦ ର ସଭାପତି ଶିକ୍ଷାବିତ ମହେନ୍ଦ୍ରକୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କବିତାପାଠୋତ୍ସବ ରେ କବି ଦିଗାମ୍ବରରାଉତ ଓ ପ୍ରତିଭା ମିଶ୍ର ସଂଯୋଜନା କରିଥିଲେ ଏଥିରେ ବହୁସଂଖ୍ୟକ କବିକବୟିତ୍ରୀ ମାନେ ଯୋଗଦେଇ ସରଳଦାସ ଙ୍କ ଉପରେ ସ୍ୱରଚିତ କବିତାପାଠ କରିଥିଲେ ଏହିଅବସରରେ ମୂର୍ତ୍ତିଶିଳ୍ପୀ ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ସମେତ ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ନିମନ୍ତେ ଝଙ୍କଡ଼ସାହିତ୍ୟସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲକବିହାରୀ ପଲାଇ ଡକ୍ଟର ବିମଲପ୍ରସାଦ ଦାଶ, ବିରଜାପ୍ରସାଦ ପରିଜା , ଡକ୍ଟର ବିଷ୍ଣୁପ୍ରିୟା ଦାସ ଚିତ୍ତରଞ୍ଜନ ପରିଜା , ପରମାନନ୍ଦ ମିଶ୍ର, ବିକାଶ ଚନ୍ଦ୍ର ପରିଜା ସୂର୍ଯ୍ୟ ନାରାୟଣ ପରିଜା , ସରପଞ୍ଚ ସରୋଜିନୀ ପରିଜା , ଆଶିଷ ମହାପାତ୍ର, ସୁବ୍ରତକୁମାର ଦାସ , ଝୁଲାରାମ ଦାସ ଚୌଧୁରୀ ରାଧାମୋହନ ପରିଜା , ସବିତା ନାୟକ , ଆଶିଷ ମହାନ୍ତି ଓ ରାଜେଶ କୁମାର ସାହାଣୀ ପ୍ରମୁଖ ଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ପଣ୍ଡିତ ବାସବ ନନ୍ଦ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବାବେଳେ ଇଞ୍ଜିନିଅର ସୁବାସଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟଅଧିବାସୀ ମାନେ ପରିଚାଳନା କରିଥିବାର ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ