ସାରସକଣା ରେ କରୋନା ସଚେତନତା
ରାଇରଙ୍ଗପୁର ,(ଅକ୍ଷୟ କୁମାର ବିଶ୍ୱାଳ): ଆଜି ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ କ୍ରମେ ଓ ଯୁବ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ମହାନ୍ତିଙ୍କ ସଂଯୋଜନାରେ ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବମ୍ବେଛକ ସନ୍ନିକଟ ଘିଆଜୁଡ଼ି ଠାରେ ନବନିର୍ମିତ କଲ୍ୟାଣୀ ମଣ୍ଡପ ଠାରେ ବିଜୁଜନତା ଦଳର ବରିଷ୍ଠ ଓ ଅଗଧାଡ଼ିର କାର୍ଯ୍ୟକର୍ତ୍ତାଙ୍କୁ ନେଇ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଓ ଜିଲ୍ଳା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଶୁଭଦୃଷ୍ଟି ଯୋଗୁଁ ସାରସକଣା ବ୍ଲକର ୩ଟି ପଞ୍ଚାୟତକୁ(ଭୁରୁଷଣୀ, ଜାଲଦା ଓ ଧାଙ୍ଗୁଡିଷୋଳ) ‘ବସୁଧା’ଯୋଜନାରେ ସାମିଲ କରିଥିବାରୁ ରାଜ୍ୟସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ମୟୁରଭଞ୍ଜର ବିଭିନ୍ନ ବ୍ଳକରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରାଯିବା ସହ ଅସହାୟ,ନିରାଶ୍ରୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ଉପରେ ଉପସ୍ଥିତ ନେତୃମଣ୍ଡଳୀ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ପୁର୍ବତନ ବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଳା ବିଜେଡି ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମ, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରଯୁକ୍ତ ଦେବାଶିଷ ମହାନ୍ତି,ପୂର୍ବତନ ବିଧାୟକ ଭାଦବ ହାଁସଦା,ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ ଦେବାଶିଷ ମାର୍ଣ୍ଡି,ବରିଷ୍ଠ ବିଜେଡି ନେତା ଅମରେନ୍ଦ୍ର କର, ବିଶ୍ୱଜିତ ମହାନ୍ତି, ନିଲୁ ମଣ୍ଡଳ, ସ୍ନେହାଶିଷ ହୋତା, ପ୍ରଭାକର ପରିଡା, ଟୁଟୁ ବସା, ଯୁବନେତା ଚିନ୍ମୟ ସାହୁ, ଦୀପକ ମିଶ୍ର, ତୁଶୀଲ ହେମ୍ବ୍ରମ,ମଳୟ ଦାସ, ଗୁରୁବା ଟୁଡୁ,ଯୁବ ସଂଗଠକ ଗଣେଶ ମିଶ୍ର, ଛାତ୍ରନେତା ଚନ୍ଦ୍ର ଶେଖର ସାହୁ, ରଜତ ମହାନ୍ତ, ପପୁ ଦାସ,ମୁନ୍ନା ଖାନଙ୍କ ସମେତ ତିନୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।